ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ହନୁମାନ ଜୟନ୍ତୀରେ ମୁତୟନ ହେବେ ୨୦୦ ପ୍ଲାଟୁନ୍‌ ଫୋର୍ସ

0

ଭୁବନେଶ୍ବର: ରାତିପାହିଲେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଶୋଭାଯାତ୍ରା। ପୂଜାର୍ଚ୍ଚନା ଓ ପଣା ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶାନ୍ତି ଶୃଙ୍ଖଳାର ସହ କିପରି ହନୁମାନ ଜୟନ୍ତୀ ପାଳନ କରାଯିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ନଜର ରଖିବ ୬୫୦ ସିସିଟିଭି ଓ ୪୦ ଡ୍ରୋନ।
ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, ସବୁ ଜିଲ୍ଲାରେ ସିସିଟିଭି ୬୫୦ଟି ସ୍ଥାନରେ ଲଗାଯାଇଛି। ୪୦ଟି ଡ୍ରୋନରେ ଲାଇଭ ଟେଲିକାଷ୍ଟ ଜରିଆରେ ନଜର ରଖାଯିବ। ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ କମ୍ପାନି ସିଏପିଏଫ, ୩ଟି ରାପିଡ ଆକ୍ସନ ଫୋର୍ସ ସହ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

ବାଲେଶ୍ବର ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ,ସମ୍ବଲପୁର,ଝାରସୁଗୁଡା,ଭଦ୍ରକ,ରାଉରକେଲା,ଖୋର୍ଦ୍ଧା, କଟକ, ଭୁବନେଶ୍ୱରରେ ବିଶେଷ ଫୋକସ କରାଯାଇଛି। ଏହି ସବୁ ଜିଲ୍ଲାର ମନ୍ଦିରରେ ପୂଜାର୍ଚ୍ଚନା ଓ ଲୋକଙ୍କ ସମାଗମ ଓ ଶୋଭାଯାତ୍ରା ପାଇଁ ପୋଲିସ ବ୍ୟବସ୍ଥା ହୋଇଛି। ଫୋର୍ସ ବ୍ୟାପକ ଭାବେ ମୁତୟନ କରାଯାଇଛି। କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିବାକୁ କୁହାଯାଇଛି। ଜିଲ୍ଲାସ୍ତରରେ କିଭଳି ପ୍ରସ୍ତୁତି ରହିଛି ଏ ସମ୍ପର୍କରେ ରାଜ୍ୟ ପୋଲିସ ମୁଖିଆ ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ନେଇଛନ୍ତି। ଭିସି ଜରିଆରେ ବିଶେଷ କରି ଯେଉଁ ସବୁ ହନୁମାନ ଜୟନ୍ତୀ ବଡ଼ ଆକାରରେ ପାଳନ ହୁଏ ସେସବୁ ଜିଲ୍ଲାର ଜିଲ୍ଲାପାଳ ସହ ଜିଲ୍ଲା ଏସପି ଓ ରେଞ୍ଜ ଆଇଜି ଓ ଡିଆଇଜି ସହ ଆରଡିସି ମାନଙ୍କ ସହ ଆଲୋଚନା କରି ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି।

Leave A Reply

Your email address will not be published.