ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କିନ୍ନର ବେଶରେ ପିଲା ଚୋରି କରି ଧରାପଡିଲେ ଦୁଇ ଅଭିଯୁକ୍ତ

0

ଯାଜପୁର: ଛଦ୍ମବେଶୀ କିନ୍ନରକୁ ଧରିଲେ ଅସଲି କିନ୍ନର। ଯାଜପୁର ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ଶିଶୁକନ୍ୟା ଚୋରି ଘଟଣା। କିନ୍ନର ବେଶରେ ଠାକୁରମୁଣ୍ଡାରୁ ଚୋରି କରିଥିବା କିନ୍ନରକୁ ପିଲା ସହ ମାଡ଼ି ବସିଲେ ଅନ୍ୟ କିନ୍ନରମାନେ। ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଙ୍କ ଠାରୁ ଜବତ କରିଛନ୍ତି ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତାମାନେ।

ଗତ ୧୭ ତାରିଖରେ ଠାକୁରମୁଣ୍ଡାରୁ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରିଥିଲା। ଏନେଇ ଶିଶୁ କନ୍ୟାଟିର ମାଆ ଅଭିଯୋଗ କରିଥିଲା। ଚୋରି ସମୟର ଭିଜୁଆଲ ଠାକୁରମୁଣ୍ଡା ପୋଲିସ ସାର୍ବଜନୀନ କରିବା ସହ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପହରଣକାରୀ ଜଣକ ପରିଚୟ ଲିପୁ ନାୟକ ବୋଲି ଜଣାପଡିଛି। ତା ସାଙ୍ଗରେ ତାର ସହଯୋଗୀକୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ମା’ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବା ବେଳେ ଚୋରି କରିନେଇଥିଲେ ଏହି ଦୁଇ ଅଭିଯୁକ୍ତ। ଅପହରଣକାରୀ ଜଣକ ପରିଚୟ ଲିପୁ ନାୟକ ବୋଲି ଜଣାପଡିଛି। ତା ସାଙ୍ଗରେ ତାର ସହଯୋଗୀକୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ମା’ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବା ବେଳେ ଚୋରି କରିନେଇଥିଲେ ଏହି ଦୁଇ ଅଭିଯୁକ୍ତ।

Leave A Reply

Your email address will not be published.