ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କିନ୍ନର ବେଶରେ ପିଲା ଚୋରି କରି ଧରାପଡିଲେ ଦୁଇ ଅଭିଯୁକ୍ତ

0

ଯାଜପୁର: ଛଦ୍ମବେଶୀ କିନ୍ନରକୁ ଧରିଲେ ଅସଲି କିନ୍ନର। ଯାଜପୁର ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ଶିଶୁକନ୍ୟା ଚୋରି ଘଟଣା। କିନ୍ନର ବେଶରେ ଠାକୁରମୁଣ୍ଡାରୁ ଚୋରି କରିଥିବା କିନ୍ନରକୁ ପିଲା ସହ ମାଡ଼ି ବସିଲେ ଅନ୍ୟ କିନ୍ନରମାନେ। ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଙ୍କ ଠାରୁ ଜବତ କରିଛନ୍ତି ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତାମାନେ।

ଗତ ୧୭ ତାରିଖରେ ଠାକୁରମୁଣ୍ଡାରୁ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରିଥିଲା। ଏନେଇ ଶିଶୁ କନ୍ୟାଟିର ମାଆ ଅଭିଯୋଗ କରିଥିଲା। ଚୋରି ସମୟର ଭିଜୁଆଲ ଠାକୁରମୁଣ୍ଡା ପୋଲିସ ସାର୍ବଜନୀନ କରିବା ସହ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପହରଣକାରୀ ଜଣକ ପରିଚୟ ଲିପୁ ନାୟକ ବୋଲି ଜଣାପଡିଛି। ତା ସାଙ୍ଗରେ ତାର ସହଯୋଗୀକୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ମା’ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବା ବେଳେ ଚୋରି କରିନେଇଥିଲେ ଏହି ଦୁଇ ଅଭିଯୁକ୍ତ। ଅପହରଣକାରୀ ଜଣକ ପରିଚୟ ଲିପୁ ନାୟକ ବୋଲି ଜଣାପଡିଛି। ତା ସାଙ୍ଗରେ ତାର ସହଯୋଗୀକୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ମା’ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବା ବେଳେ ଚୋରି କରିନେଇଥିଲେ ଏହି ଦୁଇ ଅଭିଯୁକ୍ତ।

Leave A Reply

Your email address will not be published.