ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଜମ୍ମୁରେ ଭୟଙ୍କର ଭୂସ୍ଖଳନ: ୩ ମୃତ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ କୁଆପଥର ବର୍ଷା ସହ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ରାମବନ ଜିଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଏକ ଅଂଶୁ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ୧୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରବିବାର ଦିନ ଅଧିକାରୀମାନେ କହିଛନ୍ତି ଯେ, ଲଗାତାର ବର୍ଷା ଯୋଗୁଁ ହୋଇଥିବା ଏକ ବଡ଼ ଭୂସ୍ଖଳରେ ରାମବନରେ ଜାତୀୟ ରାଜପଥର ଏକ ଅଂଶ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ବିପର୍ଯ୍ୟୟ ରାମବନରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟାଇଛି।

ଗତ ୨୪ ଘଣ୍ଟା ଧରି ଜମ୍ମୁ-କାଶ୍ମୀରର ଅନେକ ଅଞ୍ଚଳରେ ବର୍ଷା ହେଉଛି। ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଜୀବନ କଷ୍ଟକର ହୋଇପଡ଼ିଛି। ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଛି। ଏପରିକି ଅନେକ ଘର ଭୁଶୁଡ଼ି ପଡ଼ିଛି।ରାମବନ ଜିଲ୍ଲାର ଧରମକୁଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ନଦୀ ପାଣି ଗାଁରେ ପସିଯାଇଥିଲା, ଯାହା ଫଳରେ ହଠାତ୍ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ ଦଶଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୨୫ ରୁ ୩୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସବୁଠାରୁ ବଡ଼ ଚିନ୍ତାର ବିଷୟ ଥିଲା ଯେ ଏହି ଅଞ୍ଚଳରେ ପ୍ରାୟ ୯୦ ରୁ ୧୦୦ ଲୋକ ଫସି ରହିଥିଲେ ଯେଉଁ ମାନଙ୍କୁ ପୋଲିସର ତତ୍ପରତା ଯୋଗୁଁ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ।
ଅନେକ ଯାନ ଗଭୀର ଗର୍ତ୍ତରେ ଖସି ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ମାଟିତଳେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.