ପ୍ରମୁଖ ଖବର

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ
ପୁଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ
କଲେଜ ଉପରେ ଖସିପଡ଼ିଲା ବିମାନ: ୧ ମୃତ, ଏକାଧିକ ଆହତ
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ଖୋଲାରେ ପେଟ୍ରୋଲ ନଦେବାକୁ ସଂଘର ନିଷ୍ପତ୍ତି : ସରକାର ଡାକିଲେ ବୈଠକ
ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ
ପୂଜାରୀଙ୍କ ବିରୋଧରେ ଅଭିଯୋଗ
ଟଙ୍କା ନଦେଲେ ଜଳାଭିଷେକ କରିପାରିବନି ଭକ୍ତ
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ନାବାଳିକାକୁ ଗଣବଳାତ୍କାର ପରେ ଫିଙ୍ଗିଦେଲେ ୩ ଦୁର୍ବୃତ୍ତ

0

ହିନ୍ଦୋଳ: ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ନାବାଳିକାକୁ ବଳାତ୍କାର କରିବା ପରେ ଗାଁଠାରୁ କିଛି ଦୂରରେ ରକ୍ତାକ୍ତ ଅବସ୍ଥାରେ ବରଡାପତ୍ର ଘୋଡାଇ ସଂଜ୍ଞାହୀନ ଅବସ୍ଥାରେ ଫିଙ୍ଗି ଦେଇ ଫେରାର୍‌ ହୋଇଯାଇଛନ୍ତ। ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସୂଚନା ମୁତାବକ ହିନ୍ଦୋଳ ଥାନା ଅନ୍ତର୍ଗତ ସରାସିଙ୍ଗି ଗ୍ରାମରେ ଆଜି ଅପରାହ୍ନରେ ୭ ବର୍ଷ ବୟସର ଜଣେ ନାବାଳିକା ଖେଳୁଥିଲେ। ସେହି ସମୟରେ ନିକଟରେ ବେଆଇନ ମଦ ବିକ୍ରି ହେଉଥିବା ଏକ ଘରକୁ କିଛି ବାହାର ଅଞ୍ଚଳର ଲୋକ ଆସିଥିଲେ। ପିଲାଟିକୁ କିଛି ସମୟ ପରେ ପରିବାର ଲୋକ ନପାଇ ଖୋଜାଖୋଜିି କରିଥିଲେ। ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳବରଡା ପତ୍ର ଘୋଡା ଅବସ୍ଥା​‌ରେ ଠାବ କରିଥିଲେ ବୋଲି ତାଙ୍କ ଜେଜେମା’ ଗଣମାଧ୍ୟମକୁ କହିଛନ୍ତି। ସେହି ବାହାର ଅଞ୍ଚଳର କେହି ଦୁର୍ବୃତ୍ତ ନିଶାସକ୍ତ ହୋଇ ପିଲାଟିର ଏଭଳି ଅବସ୍ଥା କରିଥାଇପାରନ୍ତି ବୋଲି ଜେଜେମା ସନ୍ଦେହ କରିଛନ୍ତି। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ପିଲାଟିକୁ ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସରେ ଏତଲା ହୋଇନଥିଲେ ହେଁ ମୌଖିକ ଖବର ପାଇ ହିନ୍ଦୋଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.