ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ

0

ଛତିଶଗଡ଼: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଜିଲ୍ଲାର ତୋୟନାର ଥାନା ଅନ୍ତର୍ଗତ ମୋରମେଡ ଜଙ୍ଗଲରେ ଆଜି ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣକ ହେଲେ ସିଏଏଫ ଯବାନ ମନୋଜ ପୂଜାରୀ (୨୬)।

ତୋୟନାର ଏବଂ ଫେରସଗଡ ରାସ୍ତାର ସୁରକ୍ଷା ଦେଉଥିବା ବେଳେ ଅଚାନକ ଯବାନଙ୍କର ଗୋଡ ପ୍ରେସର ବୋମା ଉପରେ ପଡିଯିବାରୁ ବୋମା ବିସ୍ଫୋରଣ ହୋଇଥିଲା। ଯବାନ ଜଣକ ଘଟଣାସ୍ଥଳରେ ହିଁ ସହିଦ ହୋଇଥିଲେ। ତୁରନ୍ତ ଯବାନ ମାନେ ସେହି ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଜୋରଦାର କରୁଛନ୍ତି।
ସେହିଭଳି ଅନ୍ୟପଟେ, ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ କୋଣ୍ଡାଗାଓଁ ଏବଂ ନାରାୟଣପୁର ଜିଲ୍ଲାର ସୀନ୍ତ କିଲମ ଏବଂ ବରଗୁମ ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ଦୁଇ ଜଣ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

ଏମାନଙ୍କ ମୁଣ୍ଡରେ ପୂର୍ବରୁ ସରକାର ୧୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲେ। ଏଥିସହ ଜଙ୍ଗଲରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ଏହି ଏନକାଉଣ୍ଟରରେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ଅନୁମାନ କରୁଛନ୍ତି ସୁରକ୍ଷାକର୍ମୀ।

Leave A Reply

Your email address will not be published.