ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ

0

ଛତିଶଗଡ଼: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଜିଲ୍ଲାର ତୋୟନାର ଥାନା ଅନ୍ତର୍ଗତ ମୋରମେଡ ଜଙ୍ଗଲରେ ଆଜି ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣକ ହେଲେ ସିଏଏଫ ଯବାନ ମନୋଜ ପୂଜାରୀ (୨୬)।

ତୋୟନାର ଏବଂ ଫେରସଗଡ ରାସ୍ତାର ସୁରକ୍ଷା ଦେଉଥିବା ବେଳେ ଅଚାନକ ଯବାନଙ୍କର ଗୋଡ ପ୍ରେସର ବୋମା ଉପରେ ପଡିଯିବାରୁ ବୋମା ବିସ୍ଫୋରଣ ହୋଇଥିଲା। ଯବାନ ଜଣକ ଘଟଣାସ୍ଥଳରେ ହିଁ ସହିଦ ହୋଇଥିଲେ। ତୁରନ୍ତ ଯବାନ ମାନେ ସେହି ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଜୋରଦାର କରୁଛନ୍ତି।
ସେହିଭଳି ଅନ୍ୟପଟେ, ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ କୋଣ୍ଡାଗାଓଁ ଏବଂ ନାରାୟଣପୁର ଜିଲ୍ଲାର ସୀନ୍ତ କିଲମ ଏବଂ ବରଗୁମ ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ଦୁଇ ଜଣ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

ଏମାନଙ୍କ ମୁଣ୍ଡରେ ପୂର୍ବରୁ ସରକାର ୧୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲେ। ଏଥିସହ ଜଙ୍ଗଲରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ଏହି ଏନକାଉଣ୍ଟରରେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ଅନୁମାନ କରୁଛନ୍ତି ସୁରକ୍ଷାକର୍ମୀ।

Leave A Reply

Your email address will not be published.