ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ୨୦ରୁ ଅଧିକ ମୃତ

0

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ଅଞ୍ଚଳରେ ଆଜି ଅପରାହ୍ନରେ ଅଜ୍ଞାତ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଛନ୍ତି। ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ।
ଶ୍ରୀନଗର ମୁଖ୍ୟାଳୟଠାରୁ ପ୍ରାୟ ୮୫ କିଲୋମିଟର ଦୂର ପହଲଗାମର ବୈଶରଣ ଜଙ୍ଗଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। କିଛି ପର୍ଯ୍ୟଟକ ସେଠି ଘୋଡା ସବାରି କରୁଥିଲେ। ହଠାତ୍ ଦଳେ ଆତଙ୍କବାଦୀ ସେଠାରେ ପହଞ୍ଚି ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ଯଦିଓ ଆହତ ଓ ମୃତ ପର୍ଯ୍ୟଟକଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ତେବେ ମୃତ୍ୟୁ ସଂଖ୍ୟା ୨୦ ଅତିକ୍ରମ କରିଥିବା ସୂଚନା ମିଳିଛି।

ଆଜି ଦିନ ପ୍ରାୟ ସାଢେ ୨ଟା ସମୟରେ ପହଲଗାମ୍‌ରେ ଏହି ଭୟଙ୍କର ଆତଙ୍କୀ ହାମ୍‌ଲା ହୋଇଛି। ଆକ୍ରମଣ ପରେ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ତେବେ ଏହି ଆକ୍ରମଣ ପାଇଁ ପାକିସ୍ତାନର ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ସ୍ଥାନୀୟ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି।

Leave A Reply

Your email address will not be published.