ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଏପ୍ରିଲ ୨୩ରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ

0

ଭୁବନେଶ୍ବର: କାଲିଠୁ ସବୁ ସ୍କୁଲ, କଲେଜ ଛୁଟି। ବୁଧବାରଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି ବନ୍ଦ ରହିବା ନେଇ ଘୋଷଣା କଲେ ରାଜ୍ୟ ସରକାର । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ। ତାପମାତ୍ରା ବୃଦ୍ଧି ଯୋଗୁଁ ପିଲାମାନେ ଯେପରି ଅସୁବିଧାରେ ନପଡନ୍ତି ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ କୌଣସି ପରୀକ୍ଷା ପ୍ରଭାବିତ ହେବନି ଓ ପୂର୍ବସୂଚୀ ଅନୁସାରେ ପରୀକ୍ଷା ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବାବେଳେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି, ସେମାନେ ରହିପାରିବେ। ସକାଳ ୭ରୁ ସାଢ଼େ ୮ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ବି ବନ୍ଦ ରହିବ ଓ ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଯିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଏହି ନିର୍ଦ୍ଦେଶନାମା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ। କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ। ଆଗକୁ ଯଦି ତାପମାତ୍ରା ହ୍ରାସ ପାଏ, ତାହାଲେ ଖୋଲିବା ଆଦେଶ ଦିଆଯାଇ ପାରେ ସୂଚନା ଦେଇଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.