ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

0

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ବୁଧବାର ଦିନ ୨୦୨୩-୨୪ ରୁ ୨୦୨୭-୨୮ ପର୍ଯ୍ୟନ୍ତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସମ୍ମତି ପ୍ରଦାନ କରିଛି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସମୟ ରେ ପ୍ରାକ୍-ହସ୍ପିଟାଲ ପହଞ୍ଚାଇ ଚିକିତ୍ସା ସେବା ଯୋଗାଇବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।

୧୦୮ ନମ୍ୱର ଭାବରେ ଜଣାଶୁଣା ଆମ୍ବୁଲାନ୍ସ ନମ୍ୱର ୫ ମାର୍ଚ୍ଚ ୨୦୧୩ ଠାରୁ ଓଡ଼ିଶାରେ ଅନେକ ଜୀବନ ରକ୍ଷା କରିବାରେ ସଫଳତା ହାସଲ କରିଛି। ତେବେ ଏହା ୨୪/୭ କାର୍ଯ୍ୟକାରୀ କେନ୍ଦ୍ରୀୟ କଲ୍ ସେଣ୍ଟର ନମ୍ୱର। ଏଥିରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଅଛି ଯେଉଁଥିରେ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ, ବେସିକ୍ ଲାଇଫ୍ ସପୋର୍ଟ ଏବଂ ବୋଟ ଆମ୍ବୁଲାନ୍ସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ପାଞ୍ଚ ବର୍ଷ ମଧ୍ୟ ରେ ଏହା ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ ୧୧-୧୨ ଲକ୍ଷ ରୋଗୀଙ୍କୁ ୨୦ ମିନିଟ୍ ମଧ୍ୟରେ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖିଛି। ତେବେ ଏହି ଯୋଜନାକୁ ଏକ ଓପନ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ମନୋନୀତ କରାଯାଇଥିଲା। ଏକ ଘରୋଇ ସଂସ୍ଥା ଦ୍ଵାରା ଏହାକୁ କାର୍ଯ୍ୟକାରୀ କରାଯିବ ଏବଂ ଆର୍ଥିକ ସହାୟତା ମଧ୍ୟ ପ୍ରତିପୁରଣ ମାଧ୍ୟମରେ ଯୋଗାଇ ଦିଆଯିବ। ତେବେ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୨୩୯୮୪୫.୨୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

Leave A Reply

Your email address will not be published.