ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଷ୍ଟାଫ୍ ସିଲେକ୍ସନ ପରୀକ୍ଷାରେ ତ୍ରୁଟି

0

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି। ପାଠ୍ୟକ୍ରମ ବାହାରୁ ଆସିଥିଲା ପ୍ରଶ୍ନ। ତ୍ରୁଟି ନେଇ ସୂଚନା ଦେଲେ ଓଏସଏସସି ଅଧ୍ୟକ୍ଷ ଅଭୟ। ଏହା ସହ ଓପିଏସସି ପରିଚାଳିତ ପରୀକ୍ଷାରେ ତ୍ରୁଟି ଥିବା ଦେଖିବାକୁ ମିଳିଛି। ତେବେ ନୋଟିସ୍‌ ଜରିଆରେ ତ୍ରୁଟି ସ୍ବୀକାର କରିଛନ୍ତି ଓଏସଏସସି ଓ ଓପିଏସସି କର୍ତ୍ତୃପକ୍ଷ। ଏହା ସହ ଦୁଃଖ ପ୍ରକାଶ କରିଛନ୍ତି।

ପୂର୍ବାହ୍ନ ୯ରୁ ୧୨ଟା ଆନ୍‌ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍‌ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା ରହିଛି।

ତ୍ରୁଟି ମାନିଲା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ। ନିଯୁକ୍ତି ସଂକ୍ରାନ୍ତ ବିଭିନ୍ନ ପଦବୀ ପାଇଁ ହୋଇଥିଲା ପରୀକ୍ଷା। ଓଏସଏସସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି। ନିଆଯିବ ପ୍ରତିକାରମୂଳକ ପଦକ୍ଷେପ ଓ ଆଉଥରେ ହେବ ପରୀକ୍ଷା। ପରୀକ୍ଷାର୍ଥୀ ମାନଙ୍କୁ ମେ ୪ ତାରିଖ ପୂର୍ବରୁ ସୂଚନା ଦିଆଯିବ। ଇ-ମେଲ ଯୋଗେ ଦିଆଯିବ ସୂଚନା ଦିଆଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.