ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଷ୍ଟାଫ୍ ସିଲେକ୍ସନ ପରୀକ୍ଷାରେ ତ୍ରୁଟି

0

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି। ପାଠ୍ୟକ୍ରମ ବାହାରୁ ଆସିଥିଲା ପ୍ରଶ୍ନ। ତ୍ରୁଟି ନେଇ ସୂଚନା ଦେଲେ ଓଏସଏସସି ଅଧ୍ୟକ୍ଷ ଅଭୟ। ଏହା ସହ ଓପିଏସସି ପରିଚାଳିତ ପରୀକ୍ଷାରେ ତ୍ରୁଟି ଥିବା ଦେଖିବାକୁ ମିଳିଛି। ତେବେ ନୋଟିସ୍‌ ଜରିଆରେ ତ୍ରୁଟି ସ୍ବୀକାର କରିଛନ୍ତି ଓଏସଏସସି ଓ ଓପିଏସସି କର୍ତ୍ତୃପକ୍ଷ। ଏହା ସହ ଦୁଃଖ ପ୍ରକାଶ କରିଛନ୍ତି।

ପୂର୍ବାହ୍ନ ୯ରୁ ୧୨ଟା ଆନ୍‌ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍‌ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା ରହିଛି।

ତ୍ରୁଟି ମାନିଲା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ। ନିଯୁକ୍ତି ସଂକ୍ରାନ୍ତ ବିଭିନ୍ନ ପଦବୀ ପାଇଁ ହୋଇଥିଲା ପରୀକ୍ଷା। ଓଏସଏସସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି। ନିଆଯିବ ପ୍ରତିକାରମୂଳକ ପଦକ୍ଷେପ ଓ ଆଉଥରେ ହେବ ପରୀକ୍ଷା। ପରୀକ୍ଷାର୍ଥୀ ମାନଙ୍କୁ ମେ ୪ ତାରିଖ ପୂର୍ବରୁ ସୂଚନା ଦିଆଯିବ। ଇ-ମେଲ ଯୋଗେ ଦିଆଯିବ ସୂଚନା ଦିଆଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.