ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଗଛରେ ପିଟି ହେଲା ସ୍କର୍ପିଓ; ନବ ବିବାହିତାଙ୍କ ସମେତ ୪ ମୃତ

0

ଝାଡ଼ଖଣ୍ଡ: ଦିଅଁ ଦର୍ଶନ ସାରି ଫେରିବା ବାଟରେ ଗଛରେ ପିଟି ହେଲା ସ୍କର୍ପିଓ। ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ ଗୁରୁତର। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ନବ ବିବାହିତା ହୋମଗାର୍ଡଙ୍କ ସ୍ତ୍ରୀ, ଶଳା, ଆଈ ଓ ଜଣେ ସମ୍ପର୍କୀୟ ମହିଳାଙ୍କ ସମେତ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡ ଚତରାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ରାଉଲକେଲା ରାଏବଗା ଥାନାର ହୋମଗାର୍ଡ ଭାବରେ କାମ କରୁଥିବା ରଶ୍ମି ରଞ୍ଜନ ସାହୁଙ୍କ ଗତ ୨୦ ତାରିଖରେ ବାହାଘର ହୋଇଥିଲା। ନୂଆ ବାହା ହୋଇଥିବାରୁ ସେ ଓ ତାଙ୍କ ସ୍ତ୍ରୀଙ୍କ ସହ ଶାଳକ, ଆଇ ଓ ଜଣେ ସମ୍ପର୍କୀୟ ମହିଳାଙ୍କୁ ସାଙ୍ଗରେ ଏକ ସ୍କର୍ପିଓ ଗାଡ଼ି ରେ ଝାଡ଼ଖଣ୍ଡ ଅଞ୍ଚଳର ଚତରା ରେ ଥିବା ମା ଭଦ୍ର କାଳୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ସମସ୍ତେ ଘରକୁ ଫେରୁଥିବା ବେଳେ ଚତରା ନିକଟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଚତରା ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ରାଏବଗା ଥାନାରେ କାମ କରୁଥିବା ହୋମଗାର୍ଡଙ୍କୁ ରାଞ୍ଚିର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରିଛି ପୋଲିସ

Leave A Reply

Your email address will not be published.