ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଗଛରେ ପିଟି ହେଲା ସ୍କର୍ପିଓ; ନବ ବିବାହିତାଙ୍କ ସମେତ ୪ ମୃତ

0

ଝାଡ଼ଖଣ୍ଡ: ଦିଅଁ ଦର୍ଶନ ସାରି ଫେରିବା ବାଟରେ ଗଛରେ ପିଟି ହେଲା ସ୍କର୍ପିଓ। ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ ଗୁରୁତର। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ନବ ବିବାହିତା ହୋମଗାର୍ଡଙ୍କ ସ୍ତ୍ରୀ, ଶଳା, ଆଈ ଓ ଜଣେ ସମ୍ପର୍କୀୟ ମହିଳାଙ୍କ ସମେତ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡ ଚତରାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ରାଉଲକେଲା ରାଏବଗା ଥାନାର ହୋମଗାର୍ଡ ଭାବରେ କାମ କରୁଥିବା ରଶ୍ମି ରଞ୍ଜନ ସାହୁଙ୍କ ଗତ ୨୦ ତାରିଖରେ ବାହାଘର ହୋଇଥିଲା। ନୂଆ ବାହା ହୋଇଥିବାରୁ ସେ ଓ ତାଙ୍କ ସ୍ତ୍ରୀଙ୍କ ସହ ଶାଳକ, ଆଇ ଓ ଜଣେ ସମ୍ପର୍କୀୟ ମହିଳାଙ୍କୁ ସାଙ୍ଗରେ ଏକ ସ୍କର୍ପିଓ ଗାଡ଼ି ରେ ଝାଡ଼ଖଣ୍ଡ ଅଞ୍ଚଳର ଚତରା ରେ ଥିବା ମା ଭଦ୍ର କାଳୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ସମସ୍ତେ ଘରକୁ ଫେରୁଥିବା ବେଳେ ଚତରା ନିକଟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଚତରା ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ରାଏବଗା ଥାନାରେ କାମ କରୁଥିବା ହୋମଗାର୍ଡଙ୍କୁ ରାଞ୍ଚିର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରିଛି ପୋଲିସ

Leave A Reply

Your email address will not be published.