ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଭୋଜି ଖାଇବାକୁ ଆସି ପୋଖରୀରେ ବୁଡ଼ି ୩ ନାବାଳକ ମୃତ

0

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଗୋଡ଼ିବିଡା ଗାଁରେ ଦୁଃଖଦ ଘଟଣା ଘଟିଛି। ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୋଡ଼ିବିଡ଼ା ଗାଁ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୂଆଗାଁ ଥାନା ଖାଲମଡା ଗାଁର ରିତେଶ ପ୍ରଧାନ(୧୧), ଗୋଡିବିଡା ଗାଁର ଉମାକାନ୍ତ ନାୟକ(୧୦), ଓଡ଼ଗାଁ ଥାନା ପୋଡ଼ାସାହି ଗାଁର ଶୁଭ ଖିଲାଏର (୧୨)।

ଗୋଡ଼ିବିଦା ଗାଁକୁ ବାହାଘର ଭୋଜି ଖାଇବାକୁ ୩ ଜଣ ନାବାଳକ ପରିବାର ଲୋକଙ୍କ ସହ ଆସିଥିଲେ। ସକାଳେ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା। ୩ଜଣ ନାବାଳକ ଗୋଡ଼ିବିଡା ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ନାବାଳକଙ୍କ ଗୋଡ଼ ଖସି ଯାଇଥଲା। ନାବାଳକ ଜଣଙ୍କ ବୁଡ଼ି ଯାଇଥିଲେ। ଏହି ସମୟରେ ଅନ୍ୟ ୨ ଜଣ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ବୁଡ଼ି ଯାଇଥିଲେ। ପରିବାର ଲୋକେ ପିଲାମାନଙ୍କୁ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ପରେ ପୋଖରୀରୁ ଗୁରୁତର ଅବସ୍ଥାରେ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.