ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପ୍ରାଣୀମାନଙ୍କ କଷ୍ଟକୁ ବୁଝିବା ଆବଶ୍ୟକ: ସୋଆ ଉପସଭାପତି

0

ଭୁବନେଶ୍ୱର , ଏପ୍ରିଲ ୨୬: ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି। ସେମାନଙ୍କ ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ। କୌଣସି ସଭ୍ୟତା ପ୍ରାଣୀଜଗତ ବିନା ବୃଦ୍ଧି ପାଇବା ସମ୍ଭବ ନୁହେଁ ବୋଲି ଶ୍ରୀମତି ଦାସ କହିଛନ୍ତି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ଶନିବାର ବିଶ୍ୱ ଭେଟେରିନାରୀ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ବିଶ୍ୱବିଦ୍ୟାଳୟର ସଦ୍ୟତମ ଅନୁଷ୍ଠାନ ଆଇଭିଏସ୍‌ଏଏଚ୍‌ର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଏହା ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନର ସଦସ୍ୟମାନଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି କହିଥିଲେ। ଚଳିତ ବର୍ଷର ବିଶ୍ୱ ଭେଟେରିନାରୀ ଦିବସର ପ୍ରସଙ୍ଗ “ଆନିମଲ୍ ହେଲ୍‌ଥ ଟେକ୍‌ସ ଏ ଟିମ୍‌” ଉପରେ ଆଲୋକପାତ କରି ଶ୍ରୀମତି ଦାସ କହିଥିଲେ ପ୍ରାଣୀମାନଙ୍କ ଯତ୍ନ ନେବା ପାଇଁ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ।

ସୋଆ ଆଇଭିଏସ୍‌ଏଏଚ୍ ପକ୍ଷରୁ ପରିଚାଳନା କରାଯାଉଥିବା ଗୃହପାଳିତ ପଶୁମାନଙ୍କର ଫାର୍ମରେ ଉତମ ଯତ୍ନ ନିଆଯାଉଛି ବୋଲି କହିବା ସହ ଏଥି ନିମନ୍ତେ ସେ ନିଜର ଖୁସି ବ୍ୟକ୍ତ କରିଥିଲେ। ଏଥିରେ ମୁମ୍ବାଇ ସ୍ଥିତ ଚି ୟୁନିଭର୍ସିଟି ଅଫ୍ ଭେଟେରିନାରୀ ଆକ୍ୟୁପଙ୍କଚରର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଅକ୍ଷୟ ଶାହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରାଣୀମାନଙ୍କ ଚିକିତ୍ସା ଓ ଯତ୍ନ ନିମନ୍ତେ ଆକ୍ୟୁପଙ୍କଚର ଚିକିତ୍ସାର ମଧ୍ୟ ଅନେକ ଆବଶ୍ୟକତା ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ପଶୁଙ୍କ ସ୍ୱାସ୍ଥ୍ୟ ମଣିଷଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ବୋଲି କହିଥିଲେ। ପୃଥିବୀର ସନ୍ତୁଳନ ରକ୍ଷା କରିବା ପାଇଁ ଉଭୟ ମନୁଷ୍ୟ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଏକ ସମାନତା ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପ୍ରାଣୀମାନେ କଥା କହିପାରୁ ନଥିବାରୁ ସେମାନଙ୍କର ଚିକିତ୍ସା ଓ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷ ସମାଜର ଅନେକ ହିତ କରୁଛନ୍ତି ବୋଲି ସେ ମତ ରଖିଥିଲେ ଓ ସୋଆର ଭେଟେରିନାରୀ କ୍ଲିନିକ୍‌ରେ ପ୍ରାଣୀମାନଙ୍କର ଖୁବ ଉନ୍ନତମାନର ଚିକିତ୍ସା ତଥା ଯତ୍ନ ନିଆଯାଉଥିବା ପ୍ରକାଶ କରିଥିଲେ ।

ଏହି ଅବସରରେ ସୋଆ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରଫେସର ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସୋଆ ଆଇଭିଏସ୍‌ଏଏଚ୍‌ର ପ୍ରଫେସରମାନଙ୍କ ଦ୍ୱାରା ରଚିତ ବିଭିନ୍ନ ପୁସ୍ତକ ଅତିଥିମାନେ ଉନ୍ମୋଚିତ କରିଥିବା ବେଳେ ବିଶିଷ୍ଟ ପ୍ରାଣୀବିଜ୍ଞାନୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲ।

Leave A Reply

Your email address will not be published.