ଇରାନ: ଦକ୍ଷିଣ ଇରାନର ବନ୍ଦର ସହର ବନ୍ଦର ଆବାସରେ ଭୟଙ୍କର ବିସ୍ଫୋରଣ। ଶନିବାର ହୋଇଥିବା ଏହି ବଡ଼ ବିସ୍ଫୋରଣ ଏବଂ ଏହାପରେ ଅଗ୍ନିକାଣ୍ଡରେ ଅତି କମରେ ୫୧୬ ଜଣ ଆହତ ହୋଇଛନ୍ତି।
ଶନିବାର ରାଜଧାନୀ ତେହେରାନରୁ ୧,୦୦୦ କିଲୋମିଟର (୬୨୦ ମାଇଲ) ଦକ୍ଷିଣରେ ଥିବା ଇରାନ ବନ୍ଦର ସହର ବନ୍ଦର ଆବାସର ଶାହିଦ ରାଜାଇ ବନ୍ଦରରେ ଏକ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ଏହି ୫୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହର୍ମଜଗାନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର କାରଣ ବିଷୟରେ ତୁରନ୍ତ କୌଣସି ସୂଚନା ମିଳିନାହିଁ। ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ, କିନ୍ତୁ ଲୋକମାନେ ରାସ୍ତାରେ ଆହତ ହୋଇ ପଡ଼ିଥିବା ଦେଖାଯାଇଛି। ବିସ୍ଫୋରଣ ପରର ଦୃଶ୍ୟ ସୋସିଆଲ ମିଡିଆଗୁଡ଼ିକରେ ଘୁରି ବୁଲୁଥିବା ବେଳେ ଏଥିରେ ଦୂରରୁ କଳା ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏପରିକି ବିସ୍ଫୋରଣର କେନ୍ଦ୍ରସ୍ଥଳରୁ କିଲୋମିଟର ଦୂରରେ ଥିବା କୋଠାରୁ କାଚ ଉଡ଼ିଯାଇଥିବା ଦେଖାଯାଇଥିଲା।
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା