ଇରାନ: ଦକ୍ଷିଣ ଇରାନର ବନ୍ଦର ସହର ବନ୍ଦର ଆବାସରେ ଭୟଙ୍କର ବିସ୍ଫୋରଣ। ଶନିବାର ହୋଇଥିବା ଏହି ବଡ଼ ବିସ୍ଫୋରଣ ଏବଂ ଏହାପରେ ଅଗ୍ନିକାଣ୍ଡରେ ଅତି କମରେ ୫୧୬ ଜଣ ଆହତ ହୋଇଛନ୍ତି।
ଶନିବାର ରାଜଧାନୀ ତେହେରାନରୁ ୧,୦୦୦ କିଲୋମିଟର (୬୨୦ ମାଇଲ) ଦକ୍ଷିଣରେ ଥିବା ଇରାନ ବନ୍ଦର ସହର ବନ୍ଦର ଆବାସର ଶାହିଦ ରାଜାଇ ବନ୍ଦରରେ ଏକ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ଏହି ୫୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହର୍ମଜଗାନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର କାରଣ ବିଷୟରେ ତୁରନ୍ତ କୌଣସି ସୂଚନା ମିଳିନାହିଁ। ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ, କିନ୍ତୁ ଲୋକମାନେ ରାସ୍ତାରେ ଆହତ ହୋଇ ପଡ଼ିଥିବା ଦେଖାଯାଇଛି। ବିସ୍ଫୋରଣ ପରର ଦୃଶ୍ୟ ସୋସିଆଲ ମିଡିଆଗୁଡ଼ିକରେ ଘୁରି ବୁଲୁଥିବା ବେଳେ ଏଥିରେ ଦୂରରୁ କଳା ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏପରିକି ବିସ୍ଫୋରଣର କେନ୍ଦ୍ରସ୍ଥଳରୁ କିଲୋମିଟର ଦୂରରେ ଥିବା କୋଠାରୁ କାଚ ଉଡ଼ିଯାଇଥିବା ଦେଖାଯାଇଥିଲା।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ