ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

୪ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଦ୍ମ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଆଜି ସମ୍ମାନ ଗ୍ରହଣ କରିଥିବା ୭୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଅଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନୀତ କରିଛନ୍ତି।

ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀରଙ୍କୁ ଆଜି ପଦ୍ମଶ୍ରୀରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି। ଅସାଧାରଣ ନୃତ୍ୟକଳା ପାଇଁ ବେଶ୍ ଜଣାଶୁଣା ଶ୍ରୀ ଦୁର୍ଗା ଚରଣ ରଣବୀର, ଗତ ଚାରି ଦଶନ୍ଧିର କ୍ୟାରିୟରରେ ସେ ଏହି ନୃତ୍ୟର ପ୍ରଚାର ପ୍ରସାର ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଜଣେ ନୃତ୍ୟଶିଳ୍ପୀ, ପ୍ରଦର୍ଶକ, ଗୁରୁ ଏବଂ କୋରିଓଗ୍ରାଫର ଭାବରେ କାର୍ଯ୍ୟ କରିଥିଲେ। ସମ୍ମାନ ପାଇବା ପରେ ଅର୍ଥାତ ପଦ୍ମଶ୍ରୀ ମିଳିଲା ପରେ ଦୁର୍ଗା ଚରଣ ରଣବୀର କହିଛନ୍ତି, ଗତ ପଚାଶ ବର୍ଷ ହେଲା ନୃତ୍ୟକୁ ଜୀବିକା ଭାବେ ବାଛି ନେଇଥିଲି, ପିଲା ବେଳୁ ମୁଁ ନୃତ୍ୟ ଆରମ୍ଭ କରିଥିଲି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କଠୁ ବହୁତ ପୁରସ୍କାର ପାଇଛି। ଏହି ଅବସରରେ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ମାନ ସମର୍ପଣ କରିବା ସହ ଓଡ଼ିଶୀକୁ କଦର୍ଥ କରନ୍ତୁ ନାହିଁ କି ମୂଳତତ୍ୱକୁ ଭୁଲନ୍ତୁ ନାହିଁ ବୋଲି ଆଗାମୀ ଯୁବ ପିଢ଼ିକୁ ଆହ୍ୱାନ ଦେଇଛନ୍ତି।

ବିଶିଷ୍ଟ ନ୍ୟୁରୋ ସର୍ଜନ ଭାବେ ପରିଚିତ ତଥା ଦିଲ୍ଲୀ ଏମ୍ସରେ ୪ ଦଶନ୍ଧି ଧରି କାର୍ଯ୍ୟ କରିବା ସହ ଭୁବନେଶ୍ବର ଏମ୍ସର ପ୍ରଥମ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ମଧ୍ୟ ଆଜା ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନୀତ କରିଛନ୍ତି। ପୁରୀରେ ଜନ୍ମିତ ଡାକ୍ତର ମହାପାତ୍ର ଏମ୍ସ ରେ ପ୍ରାୟ ୪୨ ବର୍ଷ ଧରି ଚାକିରି ଜୀବନ ବିତାଇବା ପରେ ଏବେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟରତ ଅଛନ୍ତି। ସେ ଲକ୍ଷ୍ନୌସ୍ଥିତ ସଞ୍ଜୟଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଡାକ୍ତର ମହାପାତ୍ର ୧୬ଟି ପୁସ୍ତକ ସମେତ ୮୭୦ଟି ଗବେଷଣାତ୍ମକ ପେପର ପ୍ରକାଶିତ କରିଛନ୍ତି। ସେ ପ୍ରାୟ ୧୦କୋଟି ଟଙ୍କା ରିସର୍ଚ୍ଚ ଅନୁଦାନ ଆକାରରେ ମଧ୍ୟ ପାଇଛନ୍ତି।

ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ସାଙ୍ଗକୁ ଐତିହ୍ୟର ଗଭୀରତାକୁ ମୂର୍ତ୍ତି ନିର୍ମାଣରେ ପ୍ରତିଫଳିତ କରୁଥିବା ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅଦୈତ ଚରଣ ଗଡ଼ନାୟକ ମଧ୍ୟ ଆଜି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି। ସାହିତ୍ୟ ପାଇଁ ପ୍ରତିଭା ସତପଥୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଡ. ପ୍ରତିଭା ଶତପଥୀ ଭାରତୀୟ ସାହିତ୍ୟର ଜଣେ ବିଶିଷ୍ଟ ଓ ଜଣାଶୁଣା କବି, ସମାଲୋଚକ, ଅନୁବାଦକ ଓ ସମ୍ପାଦକ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ଜଣାଶୁଣା।

୪ ଜଣଙ୍କୁ ପଦ୍ମ ବିଭୂଷଣ ଏବଂ ୧୦ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଫିଲ୍ମ ନିର୍ମାତା ଶେଖର କପୁର, ଭାଓଲିନ ବାଦକ ଏଲ୍‌. ସୁବ୍ରମଣିଆମ୍‌, ତେଲୁଗୁ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପି.ଆର୍‌ ଶ୍ରୀଜେଶ୍‌ ପ୍ରମୁଖ ରହିଛନ୍ତି।

Leave A Reply

Your email address will not be published.