କଟକ: କଟକରେ ଏନଆଇଏ ଟିମ୍। ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରତ୍ୟେକ୍ଷଦର୍ଶୀ ଥିବା କଟକ ଦେଉଳ ସାହିର ରଞ୍ଜିତ ଭୋଳକୁ ପଚରାଉଚରା କରିଛି ଏନଆଇଏ ଟିମ। ପ୍ରାୟ ଦେଢ ଘଣ୍ଟା କାଳ ରଞ୍ଜିତଙ୍କ ପରିବାରକୁ ପଚରାଉଚରା କରିଥିଲା ଟିମ୍। ପହଲ୍ଗାମ୍ ଆତଙ୍କୀ ଆକ୍ରମଣ ବେଳେ ଉପସ୍ଥିତ ଥିଲେ ଭୋଳ ପରିବାର। ବାପା, ମାଆ, ପୁଅ, ବୋହୂ, ୪ ଜଣ ପହଲ୍ଗାମ୍ ବୁଲିବାକୁ ଯାଇଥିଲେ। ନିଜ ଆଖିରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡକୁ ଦେଖିଥିଲେ। ସୌଭାଗ୍ୟବଶତଃ ସମସ୍ତେ ଜୀବନ ବଞ୍ଚାଇ ଫେରି ଆସିଥିଲେ। ଦୁଇ ଜଣ ଇନିସ୍ପେକ୍ଟର ରାଙ୍କର ଅଫିସର ଏବଂ ଅନ୍ୟ ଜଣେ ଏସିପି ରାଙ୍କର ଅଫିସର ଏହି ଟିମରେ ସାମିଲ ଥିଲେ।
ଏହି ଟିମ କିଛି ସନ୍ଦିଗ୍ଧଙ୍କ ଫଟୋ ରଞ୍ଜିତଙ୍କ ପରିବାର ଲୋକଙ୍କୁ ଦେଖାଇଥିଲେ। ଏହି ସନ୍ଦିଗ୍ଧ ମାନଙ୍କୁ ସେମାନେ ଦେଖିଥିଲେ କି ନାହିଁ। କେଉଁ ଭାଷାରେ କଥା ହେଉଥିଲେ। ଆତଙ୍କୀ ମାନେ କେଉଁ ରଙ୍ଗର ଡ୍ରେସ ପିନ୍ଧିଥିଲେ। କଲମା ପଢିବାକୁ କହିଥିଲେ କି ନାହିଁ। ସେହି ସମୟରେ ଏମାନେ କଣ କହିଥିଲେ। କେତେ ଜଣ ଆତଙ୍କବାଦୀ ଆସିଥିଲେ ଅର୍ଥାତ କେତେଜଣ ଆତଙ୍କୀଙ୍କୁ ଏମାନେ ଦେଖିଥିଲେ। ରଞ୍ଜିତଙ୍କ ପତ୍ନୀ କେଉଁଠି ଆହତ ହେଲେ ଏବଂ କେଉଁ ପରିସ୍ଥିତିରେ ଆହତ ହେଲେ। ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଏନଆଇଏ ଟିମ ପଚରାଉଚରା କରିଥିଲେ। ପଚରାଉଚରା ପରେ ଟିମ ଭୁବନେଶ୍ୱର ଫେରିଯାଇଥିଲେ।
ଗତ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ। ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ମଧ୍ୟ ପ୍ରାଣ ହରାଇଛନ୍ତି । ଘଟଣା ଦିନ କଟକ ଦୋଳସାହିର ରଞ୍ଜିତଙ୍କ ପରିବାର ପହଲଗାମରେ ଛୁଟି କାଟୁଥିଲେ। ସେମାନଙ୍କ ସାମ୍ନାରେ ଆତଙ୍କୀମାନେ ଅନ୍ୟଙ୍କୁ ହତ୍ୟା କରିବା ସହ କଲମା ପଢିବାକୁ କହିଥିବା ପୂର୍ବରୁ ରଞ୍ଜିତଙ୍କ ପରିବାର ଗଣମାଧ୍ୟମକୁ ଜଣାଇଥିଲେ। ତେବେ ସୌଭଗ୍ୟବଶତଃ ଏହି ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲା। ଆଜି ଏହି ପ୍ରତ୍ୟେକ୍ଷଦର୍ଶୀଙ୍କୁ ଏନଆଇଏ ଟିମ୍ ପଚରା ଉଚରା କରିଛି।