ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଅବକାରୀ ଅଧୀକ୍ଷକଙ୍କ ଗାଡ଼ିରୁ ୩ ଲକ୍ଷ ଜବତ

0

ଢେଙ୍କାନାଳ: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଢେଙ୍କାନାଳ ଜିଲାରେ ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କୁ ରାସ୍ତାରେ ଅଟକାଇ ତାଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍‌ ଖବର ପାଇଁ ଅତର୍କିତ ଚଢ଼ଉ କରିଥିଲା।

ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଲକ୍ଷାଧିକ ଟଙ୍କା ନେଇ କୁଆଡ଼େ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଭିଜିଲାନ୍ସର ଏକ ଦଳ ମଙ୍ଗଳବାର ଦିନ ତାଙ୍କୁ ଦେଉଳସାହି ରୋଡ଼ରେ ଏକ ଏସୟୁଭିରେ ଯାତ୍ରା କରୁଥିବା ବେଳେ ଅଟକାଇଥିଲା। ସେହି ସମୟରେ ଭିଜିଲାନ୍ସ ଦଳ ମହିଳା ଅବକାରୀ ଅଧିକାରୀଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ପାଇଥିଲେ। ସେ ଏତେ ଟଙ୍କା ରଖିବାର ସନ୍ତୋଷଜନକ ହିସାବ ଦେଇପାରି ନ ଥିବାରୁ, ତାଙ୍କ ନିକଟରୁ ଟଙ୍କା ସହ ଗାଡ଼ି ଜବତ କରାଯାଇଥିଲା। ଜବତ ପରେ, ଭିଜିଲାନ୍ସ ଅଧିକାରୀମାନେ ଆୟ ବହିର୍ଭୁତ୍ତ ସମ୍ପତ୍ତି ଦୃଷ୍ଟିକୋଣରୁ ପାଞ୍ଚଟି ସ୍ଥାନରେ ତଲାସୀ ଅଭିଯାନ ଚଳାଇଛନ୍ତି।

Leave A Reply

Your email address will not be published.