ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

‘ଅପରେସନ ସିନ୍ଦୂର’ରେ ମାସୁଦ ଆଝାରର ପୁରା ପରିବାର ସଫା

0

ନୂଆଦିଲ୍ଲୀ: ପହଲଗାଓଁ ଆକ୍ରମଣର ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ଦ୍ୱାରା ପାକିସ୍ତାନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅନେକ ଆତଙ୍କୀ ଆଡ୍ଡା ଧୂଳୀସାତ ହୋଇଛି। ଏହି ଆକ୍ରମଣରେ ଜୈଶ ଏ ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସମୂର୍ଣ୍ଣ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପାକିସ୍ତାନର ବହାୱଲପୁର ହେଉଛି ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ। ଯେଉଁଠାରେ ମୁଖ୍ୟ ମୌଲାନା ମାସୁଦ ଆଜହର ତାର ସଂଗଠନକୁ ଚଲାଇଥାଏ। ସେହିଠାରୁ ହିଁ ଆତଙ୍କୀ ହମଲାର ପ୍ଲାନ କରିଥାଏ ମାସୁଦ। ୨୦୦୧ ମସିହା ସଂସଦ ଆକ୍ରମଣ ହେଉ କି ଫୁଲୱମା ସୁଇସାଇଡ ବମ୍ ଆକ୍ରମଣ ହେଉ ଭାରତରେ ପ୍ରମୁଖ ଆତଙ୍କୀ ହମାଲାର ମାଷ୍ଟର ମାଇଣ୍ଡ ଥିଲା ଜୈସ ଏ ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର। ଏହା ଥିଲା ସିନ୍ଦୁର ଅପରେସନର ପ୍ରଥମ ଟାରଗେଟ। ଏହି ଆକ୍ରମଣରେ ଆଝାର ପରିବାରର ୧୦ ଜଣ ନିପାତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ଆଝାରର ଭଉଣୀ ଓ ଭିଣେଇ ମଧ୍ୟ ସାମିଲ ଥିବା କୁହାଯାଉଛି।

ସେହପିର ମୁରିଦକେରେ ଆତଙ୍କବାଦୀ ସଂଗଠନ ଲସକର-ଏ-ତୋଇବାର ମୁଖ୍ୟାଳୟ ରହିଛି। ଏହା ହାଫିଜ ସୟିଦ ଦ୍ବାରା ପରିଚାଳିତ। ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏଠାରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ଲାନ କରାଯାଇଥିବାରୁ ଆଡ୍ଡାକୁ ଧ୍ବଂସ କରାଯାଇଛି।

Leave A Reply

Your email address will not be published.