ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

‘ଅପରେସନ ସିନ୍ଦୂର’ରେ ମାସୁଦ ଆଝାରର ପୁରା ପରିବାର ସଫା

0

ନୂଆଦିଲ୍ଲୀ: ପହଲଗାଓଁ ଆକ୍ରମଣର ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ଦ୍ୱାରା ପାକିସ୍ତାନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅନେକ ଆତଙ୍କୀ ଆଡ୍ଡା ଧୂଳୀସାତ ହୋଇଛି। ଏହି ଆକ୍ରମଣରେ ଜୈଶ ଏ ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସମୂର୍ଣ୍ଣ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପାକିସ୍ତାନର ବହାୱଲପୁର ହେଉଛି ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ। ଯେଉଁଠାରେ ମୁଖ୍ୟ ମୌଲାନା ମାସୁଦ ଆଜହର ତାର ସଂଗଠନକୁ ଚଲାଇଥାଏ। ସେହିଠାରୁ ହିଁ ଆତଙ୍କୀ ହମଲାର ପ୍ଲାନ କରିଥାଏ ମାସୁଦ। ୨୦୦୧ ମସିହା ସଂସଦ ଆକ୍ରମଣ ହେଉ କି ଫୁଲୱମା ସୁଇସାଇଡ ବମ୍ ଆକ୍ରମଣ ହେଉ ଭାରତରେ ପ୍ରମୁଖ ଆତଙ୍କୀ ହମାଲାର ମାଷ୍ଟର ମାଇଣ୍ଡ ଥିଲା ଜୈସ ଏ ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର। ଏହା ଥିଲା ସିନ୍ଦୁର ଅପରେସନର ପ୍ରଥମ ଟାରଗେଟ। ଏହି ଆକ୍ରମଣରେ ଆଝାର ପରିବାରର ୧୦ ଜଣ ନିପାତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ଆଝାରର ଭଉଣୀ ଓ ଭିଣେଇ ମଧ୍ୟ ସାମିଲ ଥିବା କୁହାଯାଉଛି।

ସେହପିର ମୁରିଦକେରେ ଆତଙ୍କବାଦୀ ସଂଗଠନ ଲସକର-ଏ-ତୋଇବାର ମୁଖ୍ୟାଳୟ ରହିଛି। ଏହା ହାଫିଜ ସୟିଦ ଦ୍ବାରା ପରିଚାଳିତ। ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏଠାରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ଲାନ କରାଯାଇଥିବାରୁ ଆଡ୍ଡାକୁ ଧ୍ବଂସ କରାଯାଇଛି।

Leave A Reply

Your email address will not be published.