ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

0

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ସାଇନ୍ସ ସିଟି। ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ। ଓଡ଼ିଶା ସରକାର ଅହମ୍ମଦାବାଦ ଭଳି ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ବ୍ୟାପକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା।

ଗୁରୁବାର ଦିନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଭୁବନେଶ୍ବରରେ ସାଇନ୍ସ ସିଟି ହେବା ନେଇ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ସେଥିଲାଗି ନିକଟରେ ଅହମ୍ମଦାବାଦରେ ଥିବା ସାଇନ୍ସ ସିଟି ଦେଖିବାକୁ ମୁଁ ଯାଇଥିଲି। ସେଭଳି ସାଇନ୍ସ ସିଟି ଓଡ଼ିଶାରେ ପ୍ରତିଷ୍ଠା ହେବ। ସବୁ ଜିଲ୍ଲାରେ ସାଇନ୍ସ ପାର୍କ ହେବ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ସେ କହିଛନ୍ତି ଯେ, ପ୍ରସ୍ତାବିତ ସାଇନ୍ସ ସିଟି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ନବସୃଜନ, ଶିକ୍ଷଣ ଏବଂ ଜନସାଧାରଣଙ୍କ ସମ୍ପୃକ୍ତିର ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ରାଜ୍ୟର ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ପଦକ୍ଷେପ ଆମର ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ଯେ, ଅହମ୍ମଦାବାଦରେ ନିଯୁକ୍ତ ଅନେକ ଓଡ଼ିଆ ଅଧିକାରୀ ଏହି ପ୍ରକଳ୍ପକୁ ସମର୍ଥନ କରି ଏବଂ ପ୍ରସ୍ତାବିତ ସୁବିଧା ପାଇଁ ଜ୍ଞାନ ବଣ୍ଟନରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.