ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ

0

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଯେଉଁଥିରେ ମନ୍ତ୍ରଣାଳୟ ସମସ୍ତ ଓଟିଟି ପ୍ଲାଟଫର୍ମ ତଥା ଭାରତରେ ଚାଲୁଥିବା ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ ପାକିସ୍ତାନୀ କଣ୍ଟେଣ୍ଟ ତୁରନ୍ତ ଷ୍ଟ୍ରିମିଂ ବନ୍ଦ ତଥା ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ ୱେବ୍-ସିରିଜ୍, ଫିଲ୍ମ, ଗୀତ, ପଡକାଷ୍ଟ କିମ୍ବା ଯେକୌଣସି ଅନ୍ୟ ପ୍ରକାରର ବିଷୟବସ୍ତୁ ଅନ୍ତର୍ଭୁକ୍ତ। ସେଗୁଡ଼ିକ ସବସ୍କ୍ରିପସନ୍ ଆଧାରିତ ମଡେଲରେ ଉପଲବ୍ଧ ଥିଲେ ମଧ୍ୟ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୨୧ର ଆଇଟି ନିୟମାବଳୀକୁ ଆଧାର କରି ସରକାର କହିଛନ୍ତି ଯେ ଏପରି କୌଣସି ବିଷୟବସ୍ତୁ ଦେଖାଯିବା ଉଚିତ୍ ନୁହେଁ। ତେବେ ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ତାନରେ ଏକପ୍ରକାର ହାହାକାର ସ୍ଥିତି। ଏବେ ଭାରତ ପଡ଼ୋଶୀ ଦେଶର ମନୋରଞ୍ଜନ ଶିଳ୍ପକୁ ମଧ୍ୟ ବ୍ୟାନ୍ କରିଛି।

Leave A Reply

Your email address will not be published.