ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

0

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ସାଇନ୍ସ ସିଟି। ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ। ଓଡ଼ିଶା ସରକାର ଅହମ୍ମଦାବାଦ ଭଳି ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ବ୍ୟାପକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା।

ଗୁରୁବାର ଦିନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଭୁବନେଶ୍ବରରେ ସାଇନ୍ସ ସିଟି ହେବା ନେଇ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ସେଥିଲାଗି ନିକଟରେ ଅହମ୍ମଦାବାଦରେ ଥିବା ସାଇନ୍ସ ସିଟି ଦେଖିବାକୁ ମୁଁ ଯାଇଥିଲି। ସେଭଳି ସାଇନ୍ସ ସିଟି ଓଡ଼ିଶାରେ ପ୍ରତିଷ୍ଠା ହେବ। ସବୁ ଜିଲ୍ଲାରେ ସାଇନ୍ସ ପାର୍କ ହେବ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ସେ କହିଛନ୍ତି ଯେ, ପ୍ରସ୍ତାବିତ ସାଇନ୍ସ ସିଟି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ନବସୃଜନ, ଶିକ୍ଷଣ ଏବଂ ଜନସାଧାରଣଙ୍କ ସମ୍ପୃକ୍ତିର ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ରାଜ୍ୟର ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ପଦକ୍ଷେପ ଆମର ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ଯେ, ଅହମ୍ମଦାବାଦରେ ନିଯୁକ୍ତ ଅନେକ ଓଡ଼ିଆ ଅଧିକାରୀ ଏହି ପ୍ରକଳ୍ପକୁ ସମର୍ଥନ କରି ଏବଂ ପ୍ରସ୍ତାବିତ ସୁବିଧା ପାଇଁ ଜ୍ଞାନ ବଣ୍ଟନରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.