ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପାରାଦୀପ ତୈଳବାହୀ ଜାହାଜରେ ଅଛନ୍ତି ୨୧ ପାକିସ୍ତାନୀ ନାବିକ

0

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ଅଛନ୍ତି ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର। ଯାହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି। ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ରହିଛି।

ପାରାଦୀପ ବନ୍ଦର ଏସ୍‌ପିଏମ୍‌ ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏନେଇ ଇମିଗ୍ରେଶନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି।

ପାକିସ୍ତାନୀ ନାଗରିକ ଭାରତ ସୀମା ମଧ୍ୟରେ ପ୍ରବେଶ ଉପରେ ବୈଦେଶିକ କଟକଣା ରହିଛି। ଉକ୍ତ ଜାହାଜରେ ହଂକଂ ପତାକା ରହିଛି। ଦକ୍ଷିଣ କୋରିଆ ଦେଶରୁ ୧୩୫ ମେଟ୍ରିକ ଟନ ଅଶୋଧିତ ତୈଳ ବୋଝେଇ ହୋଇ ଆସୁଛି। ଉକ୍ତ ତୈଳ ଏସ୍‌ପିଏମ୍‌ ବର୍ଥରେ ବୁଧବାର ଖଲାସ ହେବ ବୋଲି ବନ୍ଦର ଡେଲି ଟ୍ରାଫିକ ରିପୋର୍ଟରୁ ଜଣାପଡିଛି। ନାବିକଙ୍କ ମଧ୍ୟରେ ୨୧ ପାକିସ୍ତାନ, ୨ ଭାରତୀୟ, ଜଣେ ଶ୍ରୀଲଙ୍କା, ଜଣେ ଥାଇଲାଣ୍ଡ ଦେଶର ବୋଲି ଇମିଗ୍ରେଶନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ବୁଧବାର ଜାହାଜ ଲାଗିବା ପାଇଁ କ୍ଲିୟରାନ୍ସ ମିଳିଛି। କିନ୍ତୁ ଅପସାରଣ ଶେଷ ପର୍ଯ୍ୟନ୍ତ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ କରାଯାଇଛି। ପଣ୍ୟ ଖଲାସ ନ ହେବା ଯାଏଁ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନୀ କୌଣସି ପରିସ୍ଥିତିରେ ଜାହାଜରୁ ନଓହ୍ଲାନ୍ତି ସେନେଇ କଡ଼ା ନଜର ରଖାଯିବ।

Leave A Reply

Your email address will not be published.