ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପାଣିରେ ବୁଡି ୫ ବର୍ଷର ଶିଶୁକନ୍ୟା ମୃତ

0

କନ୍ଧମାଳ: ଗାଧୋଇବାକୁ ଯାଇ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ କାବର ଗାଁ ବନ୍ଧରେ ଏହି ଅଘଟଣ ଘଟିଛି।

ସୂଚନା ମୁତାବକ ଲୋଚନ ସାହୁଙ୍କ ଝିଅ ଅମ୍ରିତା ସାହୁ (୫ ବର୍ଷ) ସାଙ୍ଗ ମେଳରେ ଘର ନିକଟସ୍ତ ପୋଖରୀକୁ ଶନିବାର ସକାଳ ଗାଧୋଇବାକୁ ଯାଇଥିଲେ। ସେଠାରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ପଡ଼ି ବୁଡି ଯାଇଥିଲେ। ସାଙ୍ଗ ସାଥି ଦୌଡ଼ି ଯାଇ ଅମ୍ରିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଦୌଡ଼ି ଆସି ଝିଅକୁ ଉଦ୍ଧାର କରି ଫୁଲବାଣୀ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିବା ପରେ ଏ ନେଇ ଖଜୁରୀପଡ଼ା ଥାନାକୁ ଖବର ଦିଆଯାଇଥିଲା।

ଖବର ପାଇ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ମେଡିକାଲରେ ଏସ୍‌ଆଇ ଦିନବନ୍ଧୁ ପ୍ରଧାନ ସମେତ ପୋଲିସ ବାହିନୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଥାନାରେ ୪/୨୫ ଅପମତ୍ୟୁ ମାମଲା ରୁଜୁ କରାଯାଇଛି। ଶିଶୁ କନ୍ୟାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.