ମୁମ୍ବାଇ: ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କରିଛି ଆଇଆଇଟି ବମ୍ବେ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇଆଇଟି ବମ୍ବେ ଏନେଇ ବଡ଼ ନିଷ୍ପତ୍ତି ନେଇଛି। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା। ଆଇଆଇଟି ବମ୍ବେ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ତୁର୍କୀର ବିଶ୍ୱବିଦ୍ୟାଳୟମାନଙ୍କ ସହ ଥିବା ସମସ୍ତ ଚୁକ୍ତି ବାତିଲ କରାଯାଇଛି। ପୂର୍ବରୁ ଆଇଆଇଟି ରୁର୍କି, ଜେଏନଯୁ, ଜାମିଆ ମିଲିଆ ଇସଲାମିଆ ତୁର୍କୀ ସହ ଚୁକ୍ତି ବାତିଲ୍ କରିଛନ୍ତି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନକୁ ତୁର୍କୀ ଖୋଲା ସମର୍ଥନ କରୁଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ଭାରତ ତୁର୍କୀକୁ ବ୍ୟାନ କରିଛି।
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର