ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଉତ୍କଳ ୟୁନିଭର୍ସିଟିର ଭାରପ୍ରାପ୍ତ କୁଳପତି ହେଲେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ

0

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବରେ ନିଯୁକ୍ତି ହୋଇଛନ୍ତି ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ। ରାଜଭବନ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ନୂଆ ଭିସିଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ଯଜ୍ଞେଶ୍ୱର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ ଦାୟିତ୍ବରେ ଅଛନ୍ତି।

ପୂର୍ବରୁ ପ୍ରଫେସର ସବିତା ଆଚାର୍ଯ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ବରେ ରହିଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୨୩ ନଭେମ୍ବର ୨୦୨୪ରେ ୬ ମାସ ପାଇଁ କୁଳପତି ପଦବୀରେ ପୁଣିଥରେ କାର୍ଯ୍ୟ ଅବଧି ବଢାଯାଇଥିଲା। ମେ’ ୨୩ ତାରିଖରେ ତାଙ୍କ କାର୍ଯ୍ୟ ଅବଧି ଶେଷ ହୋଇଥିଲା। ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୩ଦିନ ଧରି ବିନା କୁଳପତିରେ ଚାଲିଥିଲା ବିଶ୍ୱବିଦ୍ୟାଳୟ। ସେହିଦିନ ଠାରୁ ଖାଲି ପଡ଼ିଥିଲା ଭିସି ପଦବୀ। ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଅସ୍ଥାୟୀ କୁଳପତି ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.