ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

0

ନୂଆଦିଲ୍ଲୀ; ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗବାଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ୩ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ଗତକାଲି ମଞ୍ଜୁର କରିଥିଲେ କେନ୍ଦ୍ର ସରକାର। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଏନେଇ ‘ଏକ୍ସ’ରେ ପୋଷ୍ଟ କରିଥିଲେ। ଏହାଦ୍ବାରା ସୁପ୍ରିମକୋର୍ଟରେ ନିର୍ଦ୍ଧାରିତ ପୂର୍ଣ୍ଣ ସଦସ୍ୟ ୩୪ ଜଣ ହୋଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆ, ଜଷ୍ଟିସ୍ ବିଜୟ ବିଷ୍ଣୋଇ ଏବଂ ଜଷ୍ଟିସ୍ ଏ.ଏସ.ଚନ୍ଦୁରକରଙ୍କୁ ନିଯୁକ୍ତ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଭାବରେ ତିନିଜଣଙ୍କ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା। ରାଷ୍ଟ୍ରପତି ବିଭିନ୍ନ ହାଇକୋର୍ଟର ଏହି ବିଚାରପତିମାନଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ଏକ ୱାରେଣ୍ଟ ଜାରି କରିଥିଲେ। ଆପଣଙ୍କୁ କହି ରଖୁଛୁ ଯେ ସୋମବାର ଦିନ, ସିଜେଆଇ ଜଷ୍ଟିସ୍ ବି.ଆର. ଗଭାଇଙ୍କ ନେତୃତ୍ୱାଧୀନ କଲେଜିୟମ୍ ଏହି ତିନି ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ସୁପାରିଶ ପଠାଇଥିଲା।

ଜଷ୍ଟିସ ଅଞ୍ଜାରିଆ ୧୯୮୮ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୧ ସମିହା ନଭେମ୍ବର ୧୧ ତାରିଖରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୩ ସେପ୍ଟେମ୍ବର ମାସରେ ସେ ଗୁଜରାଟ ହାଇକୋର୍ଟର ପୂର୍ଣ୍ଣକାଳୀନ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ। ୨୦୨୪ ମସିହା ଫେବ୍ରୁଆରି ମାସ ୨୫ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଇଥିଲେ।

ଜଷ୍ଟିସ ବିଷ୍ଣୋଇ ୧୯୮୯ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେ ୨୦୧୩ ମସିହାରେ ରାଜସ୍ଥାନ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଥିଲେ। ଏହାପରେ ୨୦୧୫ରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ। ଜଷ୍ଟିସ ଏ.ଏସ୍. ଚନ୍ଦୁରକର ମଧ୍ୟ ୧୯୮୮ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେ ୨୦୧୩ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ।

Leave A Reply

Your email address will not be published.