ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌

0

ଭୁବନେଶ୍ବର: ଜୁନ ଆରମ୍ଭରୁ ପକେଟ ଉପରେ ଛାଟ। ରାଜ୍ୟରେ ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌। ଏଣିକି ଲିଟର ପିଛା ୨ ଟଙ୍କା ଅଧିକ ଗଣିବେ ଗ୍ରାହକ। ପୂର୍ବରୁ ବଜାରରେ ଓମଫେଡ୍‌ କ୍ଷୀର(୫୦୦ ଗ୍ରାମ) ପ୍ୟାକେଟ୍‌ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାପରେ ଓମଫେଡ୍‌ ମୂଲ୍ୟ ବୃଦ୍ଧି ପାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ, ଚାଷୀମାନେ ଲିଟର ପିଛା ଅଧିକ ୩ ଟଙ୍କା ପାଇବେ। ଏମିତିରେ ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ତେବେ ବାକି ୨ ଟଙ୍କା ଖାଉଟିଙ୍କୁ ବହନ କରିବାକୁ ପଡ଼ିବ। ଏହି ଘୋଷଣା ପରେ ରାଜ୍ୟର ୨ ଲକ୍ଷ ୫୦ ହଜାର ଦୁଗ୍ଧଚାଷୀ ଉପକୃତ ହେବେ। ଏହାଛଡ଼ା ଚାଷୀଙ୍କ ଅକାଳ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାର ଜୀବନବୀମା ମିଳିବ ବୋଲି କୁହାଯାଇଛି।

Leave A Reply

Your email address will not be published.