ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସେନା ଶିବିରରେ ଭୂସ୍ଖଳନ: ୩ ମୃତ, ୯ ଯବାନ ନିଖୋଜ

0

ସିକ୍କିମ: ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବର୍ଷା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ସିକ୍କିମର ଏକ ସେନା ଶିବିରରେ ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ କିଛି ସୈନିକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଏହା ସହିତ ୯ ଜଣ ସୈନିକ ମଧ୍ୟ ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଉତ୍ତର ସକ୍କିମର ଚଟାନରେ ଥିବା ସେନା ଶିବିରରେ ଭୂସ୍ଖଳନ ହୋଇଥିଲା, ଯାହା ଫଳରେ ଆଖପାଖ ଅଞ୍ଚଳରେ ନିର୍ମିତ ଘରଗୁଡ଼ିକୁ ପ୍ରବଳ କ୍ଷତି ହୋଇଥିଲା। ଏହି ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ନିଖୋଜ ମଧ୍ୟ ଅଛନ୍ତି। ମୃତକମାନଙ୍କୁ ଚିହ୍ନଟ କରିବା ଏବଂ ନିଖୋଜ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଅପରେଶନ କରାଯାଉଛି।

ଉତ୍ତର ସିକିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରାୟ ୧୫୦୦ ପର୍ଯ୍ୟଟକ ଲୋଚନ ଏବଂ ଲାଚୁଙ୍ଗ ଅଞ୍ଚଳରେ ଫସି ରହିଛନ୍ତି। ମାଙ୍ଗାନ ଜିଲା ଏସପି ସୋନମ ଡେଚୁ ଭୂତିଆ କହିଛନ୍ତି, ଲାଚେନରେ ୧୧୫ ଏବଂ ଲାଚୁଙ୍ଗରେ ୧୩୫୦ ପର୍ଯ୍ୟଟକ ରହିଛନ୍ତି। ଭୂସ୍ଖଳନ ଯୋଗୁ ଉଭୟ ପାର୍ଶ୍ୱରୁ ରାସ୍ତା ବନ୍ଦ ହୋଇଯାଇଛି। ସମସ୍ତ ପର୍ଯ୍ୟଟକଙ୍କୁ ବର୍ତ୍ତମାନ ପାଇଁ ସେମାନଙ୍କ ହୋଟେଲରେ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.