ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌

0

ଭୁବନେଶ୍ବର: ଜୁନ ଆରମ୍ଭରୁ ପକେଟ ଉପରେ ଛାଟ। ରାଜ୍ୟରେ ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌। ଏଣିକି ଲିଟର ପିଛା ୨ ଟଙ୍କା ଅଧିକ ଗଣିବେ ଗ୍ରାହକ। ପୂର୍ବରୁ ବଜାରରେ ଓମଫେଡ୍‌ କ୍ଷୀର(୫୦୦ ଗ୍ରାମ) ପ୍ୟାକେଟ୍‌ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାପରେ ଓମଫେଡ୍‌ ମୂଲ୍ୟ ବୃଦ୍ଧି ପାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ, ଚାଷୀମାନେ ଲିଟର ପିଛା ଅଧିକ ୩ ଟଙ୍କା ପାଇବେ। ଏମିତିରେ ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ତେବେ ବାକି ୨ ଟଙ୍କା ଖାଉଟିଙ୍କୁ ବହନ କରିବାକୁ ପଡ଼ିବ। ଏହି ଘୋଷଣା ପରେ ରାଜ୍ୟର ୨ ଲକ୍ଷ ୫୦ ହଜାର ଦୁଗ୍ଧଚାଷୀ ଉପକୃତ ହେବେ। ଏହାଛଡ଼ା ଚାଷୀଙ୍କ ଅକାଳ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାର ଜୀବନବୀମା ମିଳିବ ବୋଲି କୁହାଯାଇଛି।

Leave A Reply

Your email address will not be published.