ଭୁବନେଶ୍ବର: ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସୋମବାର ଏକ ବଡ଼ ପଦକ୍ଷେପ ନେଇଛି। ରାଜ୍ୟରେ ଯୁକ୍ତ ତିନି ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ଜୁନ ୪ତାରିଖ ରାତି ୧୧ଟା ୪୫ମିନିଟ୍ ଯାଏଁ ଛାତ୍ରଛାତ୍ରୀ ମାନେ ଫର୍ମ ଦାଖଲ କରିପାରିବେ।
ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବଧି ବଢାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦୀର୍ଘ ଦିନ ହେବ ଦାବି କରୁଥିଲେ। ଦାବିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି।
ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିବା ଲାଗି ମେ ୨୦ ଶେଷ ତାରିଖ ଥିଲା। ଯୁକ୍ତ ଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩ ପାଇଁ ଆବେଦନ କରିବାରେ ବାଧା ଉପୁଜିଥିଲା। ଏଣୁ ଅନେକ ଅଭିଯୋଗ ମଧ୍ୟ ଆସୁଥିଲା। ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା।
ପ୍ରମୁଖ ଖବର
ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍ବିଆଇର ତଥ୍ୟ ଲିକ୍: ଡାର୍କ ୱେବ୍ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ