ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଇଣ୍ଡୋନେସିଆରେ ବିଜୁ ହଲର ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

0

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱରୋତ୍ତୋଳନ କରିବାକୁ ବହୁଦଳୀୟ ସଂସଦୀୟ ପ୍ରତିନିଧି ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆର ଓଡ଼ିଆ ସମାଜକୁ ଭେଟିଛନ୍ତି।

ଏହି ଅବସରରେ ଇଣ୍ଡୋନେସିଆର ଭାରତୀୟ ଦୂତାବାସରେ ସେଠାକାର ଭୂମିପୁତ୍ର ତଥା ଓଡ଼ିଶାର ବର ପୁତ୍ର, କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ହଲର ଲୋକାର୍ପଣ କରିଛନ୍ତି। ଏଥିସହ ବିଜୁ ପଟ୍ଟନାୟକଙ୍କର ଏକ ଫଳକକୁ ଉନ୍ମୋଚିତ କରିଛନ୍ତି ଅପରାଜିତା। ଏନେଇ ‘ଏକ୍ସ’ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି ଇଣ୍ଡୋନେସିଆସ୍ଥିତ ଭାରତୀୟ ଦୂତାବାସ।

ଓଡ଼ିଶା ସହ ଇଣ୍ଡୋନେସିଆର ବହୁ ପୁରାତନ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ରହିଆସିଛି। ୧୯୫୧ରେ ଯେତେବେଳେ ଭାରତରେ ପ୍ରଥମ ସାଧାରଣତନ୍ତ୍ର ଦିବସ ପାଳିତ ହେଲା, ସେତେବେଳେ ତତ୍କାଳୀନ ଇଣ୍ଡୋନେସିଆ ରାଷ୍ଟ୍ରପତି ଆମର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଡଚ୍ ମାନଙ୍କ ସହ ୧୯୪୭ରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ଏଠାକୁ ଆସି ଇଣ୍ଡୋନେସିଆର ନେତାମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଆଉ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି ଅପରାଜିତା। ଯାହାଫଳରେ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ସରକାର ବିଜୁ ପଟ୍ଟନାୟକଙ୍କୁ ସେଠାକାର ସର୍ବଶ୍ରେଷ୍ଠ ପୁରଷ୍କାର ବିଙ୍ଗଟଙ୍ଗ୍ ଯଶ ଉତ୍ତମ ଏବଂ ଇଣ୍ଟୋନେସିଆର ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲେ ବୋଲି କହିଛନ୍ତି ଅପରାଜିତା।

Leave A Reply

Your email address will not be published.