ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ

0

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ସନ୍ଧ୍ୟାରେ ଏକ ଧଳା ବାଘଛୁଆଙ୍କର ମୃତ୍ୟୁ ହୋଇଛି। ୭ମାସର ଏହି ମାଈ ଧଳା ବାଘ ଛୁଆଟି ମେଲାନିଷ୍ଟିକ ବାଘ କ୍ରିଷ୍ଣା ଏବଂ ଧଳା ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ୨ରେ ଜନ୍ମଗ୍ରହଣ କରିଥିଲା।

ସୂଚନା ଅନୁଯାୟୀ, ଶାବକଟି ପଙ୍ଗୁ ହେବାର ଲକ୍ଷଣ ଦେଖାଇବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ପଶୁଚିକିତ୍ସା ତତ୍ତ୍ୱାବଧାନରେ ଥିଲା। ଏହା ଔଷଧ, ଡାଇଗ୍ନୋଷ୍ଟିକ ଇମେଜିଂ ଏବଂ ପୁଷ୍ଟିକର ସହାୟତା ସହିତ ଚିକିତ୍ସା କରାଯାଉଥିଲା। ବନ୍ୟପ୍ରାଣୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞମାନଙ୍କ ସହିତ ମଧ୍ୟ ପରାମର୍ଶ କରାଯାଇଥିଲା, କିନ୍ତୁ ରକ୍ତ ପରୀକ୍ଷା କୌଣସି ଗୁରୁତର ଅସାଧାରଣତା ପ୍ରକାଶ କରି ନ ଥିଲା। ଯଦିଓ କିଛି ଉନ୍ନତି ହୋଇଥିଲା, ଶାବକଟିର ଶାରୀରିକ ଦୁର୍ବଳତା ପ୍ରକାଶ ପାଇଥିଲା।

ଚିଡ଼ିଆଖାନା ଅଧିକାରୀଙ୍କ ଅନୁଯାୟୀ, ମେ’ ୩୧ ରାତିରେ ଶାବକଟି ସାଧାରଣ ଭାବରେ ଖିଆପିଆ କରିଥିଲା। କିନ୍ତୁ, ଜୁନ୍‌ ୧ ସକାଳେ ଅସୁସ୍ଥ ହୋଇପଡ଼ିଥିଲା। ସନ୍ଧ୍ୟାରେ ଏହାର ମୃତ୍ୟୁ ଘଟିଥିଲା। ମୃତ୍ୟୁର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ପୋଷ୍ଟମର୍ଟମ କରାଯାଉଛି।

ସାଧାରଣ ରଙ୍ଗର ଅନ୍ୟ ଦୁଇଟି ଛୁଆ ମଧ୍ୟ ସମାନ ଲକ୍ଷଣ ଦେଖାଉଛି। ସେମାନଙ୍କର ବର୍ତ୍ତମାନ ଡାକ୍ତରୀ ସ୍କ୍ରିନିଂ ଏବଂ ଚିକିତ୍ସା କରାଯାଉଛି। ମୃତ୍ୟୁ ପରେ, ନନ୍ଦନକାନନରେ ମୋଟ୍‌ ବାଘଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି, ଯେଉଁଥିରେ ୧୮ଟି ସାଧାରଣ ରଙ୍ଗର, ୫ଟି ଧଳା ଏବଂ ୪ଟି ମେଲାନିଷ୍ଟିକ୍‌ ବାଘ ରହିଛନ୍ତି।

Leave A Reply

Your email address will not be published.