ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର

0

ଭୁବନେଶ୍ବର: ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୁନ ୬ ତାରିଖ ମଧ୍ୟରେ ଆବେଦନ ଶେଷ ହେବା ପରେ ୯ରୁ ୧୬ ତାରିଖ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଦ୍ବାରା ଯାଞ୍ଚ କରାଯିବ। ଏହାପରେ ଜୁନ ୧୭ରୁ ୧୮ ମଧ୍ୟରେ ଅନ୍ତଃ ଜିଲ୍ଲା ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ଆବେଦନ ପତ୍ର ପଠାଯିବ। ଏହାପରେ ୨୦ ଓ ୨୧ ତାରିଖରେ ମେଡିକାଲ ଯାଞ୍ଚ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

Leave A Reply

Your email address will not be published.