ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର

0

ଭୁବନେଶ୍ବର: ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୁନ ୬ ତାରିଖ ମଧ୍ୟରେ ଆବେଦନ ଶେଷ ହେବା ପରେ ୯ରୁ ୧୬ ତାରିଖ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଦ୍ବାରା ଯାଞ୍ଚ କରାଯିବ। ଏହାପରେ ଜୁନ ୧୭ରୁ ୧୮ ମଧ୍ୟରେ ଅନ୍ତଃ ଜିଲ୍ଲା ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ଆବେଦନ ପତ୍ର ପଠାଯିବ। ଏହାପରେ ୨୦ ଓ ୨୧ ତାରିଖରେ ମେଡିକାଲ ଯାଞ୍ଚ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

Leave A Reply

Your email address will not be published.