ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ବୋଲେରୋ-ଟ୍ରକ୍‌ ମୁହାଁମୁହିଁ

0

ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଖଜୁରିପଡ଼ାଠାରେ ଶନିବାର ଭୋର୍‌ ସମୟରେ ଏକ ବୋଲେରୋ ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ବରଗଡ଼ ଜିଲା ସରଣ୍ଡା ପାଲିର ୧୦ ଜଣ ପୁରୀରୁ ଫେରୁଥିବା ବେଳେ ବୌଦ୍ଧ ପଟୁ ଚାରିଛକ ଆଡ଼କୁ ଏକ ଟ୍ରକ୍‌ ଯାଉଥିବା ବେଳେ ଜାତୀୟ ରାଜପଥର ଖଜୁରିପଡ଼ା ସ୍କୁଲ ଆଗରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରେ ଥିବା ୧୦ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାମ ଟୁନା ପ୍ରଧାନ(୨୪) ବୋଲି ଜଣାପଡ଼ିଛି। ସଙ୍ଗେ ସଙ୍ଗେ ଆହତ ମନକୁ ବୌଦ୍ଧ ମେଡିକାଲକୁ ସ୍ଥାନୀୟ ଲୋକମାନେ ପଠାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.