ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ହଇଜାରେ ଆଉ ୨ ମୃତ, ଯାଜପୁରରେ କେନ୍ଦ୍ରୀୟ ଟିମ୍

0

ଯାଜପୁର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିରେ କୌଣସି ସୁଧାର ଆସୁନି। ପୁଣି ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ବୋଲି ଜଣାପଡିଛି। ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ମୁଖ୍ୟ ଚିକିତ୍ସାଳୟରେ ୮୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ଜନସ୍ୱାସ୍ଥ୍ୟ ବିଭାଗ ପ୍ରଥମ ପର୍ଯ୍ୟାୟରେ ୪୧ଜଣଙ୍କର ଝାଡ଼ା ନମୁନା ପରୀକ୍ଷା ପରେ ୮ ଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲା। ହଇଜା ସ୍ଥିତି ସମୀକ୍ଷା ପାଇଁ ଯାଜପୁରରେ ପହଁଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛି ୧୪ ଜଣିଆ କେନ୍ଦ୍ରୀୟ ଟିମ୍। ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରୁଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଯାଜପୁର ସାଂସଦ, ବଡ଼ଚଣା ଓ ଧର୍ମଶାଳା ବିଧାୟକ, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିଛନ୍ତି।

ଯାଜପୁର ଜିଲ୍ଲାରେ କିଛି ଆକ୍ରାନ୍ତଙ୍କ ପାଖରେ କଲେରା ବ୍ୟାକ୍ଟେରିଆ ଚିହ୍ନଟ ପରେ ଚିନ୍ତା ବଢିଛି। ଏହାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଯାଜପୁର ଗସ୍ତ କରିଛନ୍ତି। ଜିଲ୍ଲାରେ ଝାଡାବାନ୍ତିରେ ମୋଟ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର। ଯାଜପୁରରେ ୧୧ କଲେରା କେସ୍ ଚିହ୍ନଟ ହେବା ପରେ ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନପିଇବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ଅଂଚଳଗୁଡିକରେ ଥିବା ଜଳଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଛି।

ସେପଟେ, କେନ୍ଦ୍ରାପଡ଼ାକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି । ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି। ମୃତକ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତର ଶ୍ୟାମସୁନ୍ଦର ପୁରର ସଜନୀ ମଲ୍ଲିକ। ସେହିପରି କଟକ ଜିଲ୍ଲାକୁ ମଧ୍ୟ ବ୍ୟାପିଛି ଡାଇରିଆ। ବାଙ୍କୀ ଘୋଳପୁର ଗାଁରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଗାଁରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୧୩ ଜଣ ଆକ୍ରାନ୍ତ କଟକ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୩୦ରୁ ଅଧିକ ଆକ୍ରାନ୍ତଙ୍କୁ ଗାଁରେ ଚିକିତ୍ସା ଚାଲିଛି।

Leave A Reply

Your email address will not be published.