ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ

0

ପୁଣେ: ପୁଣେ ନିକଟରେ ରବିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ପୋଲ। ଦେହୁର କୁଣ୍ଡମାଳ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ଏକ ପଦଯାତ୍ରୀ ପୋଲ ଭୁଶୁଡ଼ି ପଡ଼ିଥିଲା। ଯାହା ଫଳରେ ନଦୀର ପ୍ରଚଣ୍ଡ ସ୍ରୋତରେ ଅନେକ ଲୋକ ଭାସି ଯାଇଛନ୍ତି। ପିମ୍ପରି-ଚିଞ୍ଚଓ୍ବାଡ ପୋଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଅପରାହ୍ନ ପ୍ରାୟ ୩.୩୦ରେ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଡମାଲା ମାଭାଲ ତାଲୁକାର ଏକ ପ୍ରସିଦ୍ଧ ସ୍ଥାନ। ବର୍ଷା ଋତୁରେ ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟେ। କୁଣ୍ଡମାଲା ପାର ହେବା ପାଇଁ ଏଠାରେ ଇନ୍ଦ୍ରାୟଣୀ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯାଇଛି। ଏହି ପୋଲ ଆଜି ଭୁଶୁଡି ପଡିଛି। ଏହି ସମୟରେ ବ୍ରିଜ ଉପରେ ପ୍ରାୟ ୨୦ ଜଣ ପର୍ଯ୍ୟଟକ ଛିଡା ହୋଇଥିଲେ। ବ୍ରିଜ ଭୁଶୁଡିବା ପରେ ସମସ୍ତ ପର୍ଯ୍ୟଟକ ନଦୀରେ ଭାସି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି।

ଖବର ପାଇ ପୋଲିସ ଓ ଅଗ୍ନିଶମ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଛନ୍ତି। ୧୫ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

Leave A Reply

Your email address will not be published.