ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜୈବିକ ଚାଉଳରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଲା କୋଠ ଭୋଗ

0

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଜି ଚତୁର୍ଥ ଦିବସ । ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ଦର୍ଶନ । ଆଜି ପ୍ରଥମ ଦିନ ହୋଇଥିବାରୁ ଭକ୍ତଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହୋଇଛି । ଲମ୍ବା ବ୍ୟାରିକେଡ଼ରେ ଭକ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି ।
ରଥଯାତ୍ରାର ଚତୁର୍ଥ ଦିବସରେ ଜୈବିକ ଚାଉଳ ବା ଅମୃତ ଅନ୍ନରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି କୋଠ ଭୋଗ । କୋରାପୁଟର ପ୍ରଗତି ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅମୃତ ଅନ୍ନରେ ମହାପ୍ରଭୁଙ୍କ ପାଇଁ କୋଠ ଭୋଗ ସହିତ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଥିବା ଅଗଣିତ ଭକ୍ତମାନେ ଯେଭଳି ସୁରୁଖୁରୁରେ ଆଡପ ଅବଢ଼ା ପାଇ ପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରିଛି ନିଯୋଗ । ଉଭୟ ବରାଦି ଅବଢ଼ା ସହ ସାଧାରଣ ଭକ୍ତଙ୍କ ପାଇଁ ଆଡପ ଅବଢ଼ା ପ୍ରସ୍ତୁତ କରାଯାଇଛି ।
ସେପଟେ ଆଜି ଆଡପମଣ୍ଡପରେ ଶ୍ରୀବିଗ୍ରହଙ୍କ ମଇଲମ, ତଡପ ଲାଗି, ଅବକାଶ ପୂଜା ପରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ଏହି ଅଧର ପୋଛା ନୀତି ସମ୍ପାଦିତ ହୋଇଯାଇଛି।

Leave A Reply

Your email address will not be published.