ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଜୈବିକ ଚାଉଳରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଲା କୋଠ ଭୋଗ

0

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଜି ଚତୁର୍ଥ ଦିବସ । ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ଦର୍ଶନ । ଆଜି ପ୍ରଥମ ଦିନ ହୋଇଥିବାରୁ ଭକ୍ତଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହୋଇଛି । ଲମ୍ବା ବ୍ୟାରିକେଡ଼ରେ ଭକ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି ।
ରଥଯାତ୍ରାର ଚତୁର୍ଥ ଦିବସରେ ଜୈବିକ ଚାଉଳ ବା ଅମୃତ ଅନ୍ନରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି କୋଠ ଭୋଗ । କୋରାପୁଟର ପ୍ରଗତି ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅମୃତ ଅନ୍ନରେ ମହାପ୍ରଭୁଙ୍କ ପାଇଁ କୋଠ ଭୋଗ ସହିତ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଥିବା ଅଗଣିତ ଭକ୍ତମାନେ ଯେଭଳି ସୁରୁଖୁରୁରେ ଆଡପ ଅବଢ଼ା ପାଇ ପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରିଛି ନିଯୋଗ । ଉଭୟ ବରାଦି ଅବଢ଼ା ସହ ସାଧାରଣ ଭକ୍ତଙ୍କ ପାଇଁ ଆଡପ ଅବଢ଼ା ପ୍ରସ୍ତୁତ କରାଯାଇଛି ।
ସେପଟେ ଆଜି ଆଡପମଣ୍ଡପରେ ଶ୍ରୀବିଗ୍ରହଙ୍କ ମଇଲମ, ତଡପ ଲାଗି, ଅବକାଶ ପୂଜା ପରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ଏହି ଅଧର ପୋଛା ନୀତି ସମ୍ପାଦିତ ହୋଇଯାଇଛି।

Leave A Reply

Your email address will not be published.