ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଇ-କେୱାଇସି ନ କଲେ ୩ ମାସ ପରେ କଟିଯିବ ରାଶନ କାର୍ଡ : ଯୋଗାଣ ମନ୍ତ୍ରୀ

0

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୋମବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି। ଆଜି ରାଶନ କାର୍ଡ ଇ-କେୱାଇସି ଯାଞ୍ଚ କରିବାର ଶେଷ ତାରିଖ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଯେଉଁମାନେ ସୋମବାର ସୁଦ୍ଧାଇ-କେୱାଇସି ନ କରିବେ ୩ ମାସ ପାଇଁ କାର୍ଡ ସସ୍‌ପେଣ୍ଡ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।୩ ମାସ ଭିତରେ ଇ-କେୱାଇସି କଲେ କାର୍ଡ ପୁନଃ ସଚଳ ହେବ ନଚେତ୍‌ କଟିଯିବ ନାମ। ଏଯାବତ ୨୦ ଲକ୍ଷ ୫୮ ହଜାର ଇ-କେୱାଇସି କରି ନଥିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ସେମାନଙ୍କୁ ମିଳିବନି ଚାଉଳ।ନୂଆ ସରକାର ଆସିବା ପରେ ରାସନ ଚୋରିକୁ ଧରିବା ପାଇଁ ରାସନ କାର୍ଡର ଇ-କେୱାଇସି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବହୁ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ବାଧ୍ୟ ହୋଇ ସରକାର ରାସନ କାର୍ଡ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।୩ ମାସ ପର୍ଯ୍ୟନ୍ତ ଚାଉଳ ବନ୍ଦ ରହିବ। ଇ-କେୱାଇସି କଲା ପରେ ଦିଆଯିବ ଚାଉଳ। ୩ ମାସ ଭିତରେ ଇ-କେୱାଇସି କଲେ କାର୍ଡ ପୁନଃ ସଚଳ ହେବ। ନଚେତ କାର୍ଡ ସମ୍ପୂର୍ଣ୍ଣ କଟିଯିବ। ତେଣୁ ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ତୁରନ୍ତ କରାଇ ନିଅନ୍ତୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.