ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ:୩ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ଏହି ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ । ଖାରବେଳନଗର ଥାନାରେ ଏତଲା ଆଧାରରେ ଗିରଫ କରାଯାଇଛି । କଡ଼ା ଆଇନରେ କୋର୍ଟ ଚାଲାଣ କରାଯିବ କହିଛି ପୋଲିସ । ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି

ସୂଚନାଥାଉକି,ମାଡ଼ ଓ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁ । ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଏପରି ଆକ୍ରମଣର ଶିକାର ହେଲେ ଅତିରିକ୍ତ କମିଶନର । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିଥିବା ଯୁବକ ମେୟରଙ୍କୁ ମଧ୍ୟ ଧମକାଇଥିଲେ ।
ଦିନ ଦି ପ୍ରହରେ ପଶି ବିଏମସି ଅଫିସରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପରେ ଅନ୍ୟ କର୍ମଚାରୀମାନେ ଅସୁରକ୍ଷିତ ମଣି ଧାରଣାରେ ବସିଛନ୍ତି । ଏପଟେ ବିଏମ୍‌ସି ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସୋସିଆଲ୍ ମିଡିଆରେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କହିଛନ୍ତି,କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଏଭଳି ଆକ୍ରମଣକୁ ନିନ୍ଦା କରୁଛି । ଏପରି କାର୍ଯ୍ୟ ଓ ବିଚାରଧାରା ସହ ବିଜେପି ସଂଶ୍ଳିଷ୍ଟ ନୁହେଁ । ଦୁର୍ବୃତ୍ତଙ୍କ ବିରୋଧରେ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ।

Leave A Reply

Your email address will not be published.