ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ:୩ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ଏହି ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ । ଖାରବେଳନଗର ଥାନାରେ ଏତଲା ଆଧାରରେ ଗିରଫ କରାଯାଇଛି । କଡ଼ା ଆଇନରେ କୋର୍ଟ ଚାଲାଣ କରାଯିବ କହିଛି ପୋଲିସ । ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି

ସୂଚନାଥାଉକି,ମାଡ଼ ଓ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁ । ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଏପରି ଆକ୍ରମଣର ଶିକାର ହେଲେ ଅତିରିକ୍ତ କମିଶନର । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିଥିବା ଯୁବକ ମେୟରଙ୍କୁ ମଧ୍ୟ ଧମକାଇଥିଲେ ।
ଦିନ ଦି ପ୍ରହରେ ପଶି ବିଏମସି ଅଫିସରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପରେ ଅନ୍ୟ କର୍ମଚାରୀମାନେ ଅସୁରକ୍ଷିତ ମଣି ଧାରଣାରେ ବସିଛନ୍ତି । ଏପଟେ ବିଏମ୍‌ସି ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସୋସିଆଲ୍ ମିଡିଆରେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କହିଛନ୍ତି,କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଏଭଳି ଆକ୍ରମଣକୁ ନିନ୍ଦା କରୁଛି । ଏପରି କାର୍ଯ୍ୟ ଓ ବିଚାରଧାରା ସହ ବିଜେପି ସଂଶ୍ଳିଷ୍ଟ ନୁହେଁ । ଦୁର୍ବୃତ୍ତଙ୍କ ବିରୋଧରେ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ।

Leave A Reply

Your email address will not be published.