ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

0

ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣର ପ୍ରତିବାଦରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଠିଆ ହୋଇ ରହିଛି ୧୫ ସଫେଇ ଗାଡ଼ି। ନ୍ୟାୟ ନ ମିଳିଲେ ଭୁବନେଶ୍ୱରରୁ ଅଳିଆ ସଫା ହେବନି ବୋଲି କହିଛନ୍ତି ସଫେଇ କର୍ମଚାରୀ। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀ ବିରୋଧ ପ୍ରଦର୍ଶନ କରିଛନ୍ତି। ୱାର୍ଡକୁ ସଫେଇ ପାଇଁ ନଯାଇ ଲାଇନ୍ ହୋଇ ଠିଆ ହୋଇଛି ପ୍ରାୟ ୧୫ ସଫେଇ ଗାଡ଼ି। ଭୁବନେଶ୍ୱର ମହାନଗର ନିଗମର ୩୦ ନମ୍ୱର୍ ୱାର୍ଡରେ ଘଟିଛି ଏପରି ଘଟଣା। ଉପରୁ ଅର୍ଡର ଅଛି ନଯିବା ପାଇଁ। ସେଥିପାଇଁ ଯାଇନୁ କହିଲେ ସଫେଇ କର୍ମଚାରୀ। ପ୍ରାୟ ୩୦ ଲୋକ ଏଥିପାଇଁ ଅପେକ୍ଷା କରି ରହିଛନ୍ତି। ସକାଳ ୬ ରୁ ଆରମ୍ଭ ହୋଇ ଦିନ ୨ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ହୋଇଥାନ୍ତା। ହେଲେ ଏବେ ଯାଏଁ କୌଣସି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇନି ବୋଲି କହିଛନ୍ତି ସଫେଇ କର୍ମଚାରୀ।

Leave A Reply

Your email address will not be published.