ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

0

ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣର ପ୍ରତିବାଦରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଠିଆ ହୋଇ ରହିଛି ୧୫ ସଫେଇ ଗାଡ଼ି। ନ୍ୟାୟ ନ ମିଳିଲେ ଭୁବନେଶ୍ୱରରୁ ଅଳିଆ ସଫା ହେବନି ବୋଲି କହିଛନ୍ତି ସଫେଇ କର୍ମଚାରୀ। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀ ବିରୋଧ ପ୍ରଦର୍ଶନ କରିଛନ୍ତି। ୱାର୍ଡକୁ ସଫେଇ ପାଇଁ ନଯାଇ ଲାଇନ୍ ହୋଇ ଠିଆ ହୋଇଛି ପ୍ରାୟ ୧୫ ସଫେଇ ଗାଡ଼ି। ଭୁବନେଶ୍ୱର ମହାନଗର ନିଗମର ୩୦ ନମ୍ୱର୍ ୱାର୍ଡରେ ଘଟିଛି ଏପରି ଘଟଣା। ଉପରୁ ଅର୍ଡର ଅଛି ନଯିବା ପାଇଁ। ସେଥିପାଇଁ ଯାଇନୁ କହିଲେ ସଫେଇ କର୍ମଚାରୀ। ପ୍ରାୟ ୩୦ ଲୋକ ଏଥିପାଇଁ ଅପେକ୍ଷା କରି ରହିଛନ୍ତି। ସକାଳ ୬ ରୁ ଆରମ୍ଭ ହୋଇ ଦିନ ୨ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ହୋଇଥାନ୍ତା। ହେଲେ ଏବେ ଯାଏଁ କୌଣସି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇନି ବୋଲି କହିଛନ୍ତି ସଫେଇ କର୍ମଚାରୀ।

Leave A Reply

Your email address will not be published.