ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ

0

ଭବାନୀପାଟଣା: ରାୟଗଡା ଓ କୋରାପୁଟ ଜଳ ବିଭାଜିକା ମିଶନର ପୂର୍ବତନ ପିଡି ଦୟାନିଧି ବାଗ ଗିରଫ। ତାଙ୍କ ଘରେ ଗତକାଲି ଭିଜିଲାନ୍ସ ରେଡ୍ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧି ବାଗ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତାଙ୍କୁ ଆଜି ଗିରଫ କରାଯାଇଛି। ଆଜି ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।

ବର୍ତ୍ତମାନ ସେ ଓଡିଶାର ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ତେବେ ଗତକାଲି ଦୟାନିଧିଙ୍କର ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢାଉ କରାଯାଇଥିଲା। ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିଲା।

ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ ବେଳେ ୨ଟି କୋଠା, ଗୋଟିଏ ଥ୍ରୀ ବିଏଚ୍‌କେ ଫ୍ଲାଟ୍, ନବରଙ୍ଗପୁରର ବିଜରାଗୁଡ଼ାରେ ପ୍ରାୟ ୧ କୋଟି ଟଙ୍କା ନିବେଶ ସହିତ ଡ୍ରିପ୍ ଇରିଗେସନ ସୁବିଧା ସହିତ ୪୦ ଏକର ଜମିରେ ଗୋଟିଏ ଫାର୍ମ ହାଉସ, ନବରଙ୍ଗପୁର ଫଟାକୋଟରେ ପ୍ରାୟ ୩୪ ଲକ୍ଷ ଟଙ୍କା ନିବେଶରେ ଡ୍ରିପ୍ ଜଳସେଚନ ସୁବିଧା ଥିବା ୬ ଏକର ଜମିରେ ଆଉ ଏକ ଫାର୍ମ ହାଉସ, ୩୧୨ ଗ୍ରାମ୍ ସୁନା, ୫୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଦାମୀ କାର୍ ଠାବ ହୋଇଥିଲା।

Leave A Reply

Your email address will not be published.