ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ

0

ଭବାନୀପାଟଣା: ରାୟଗଡା ଓ କୋରାପୁଟ ଜଳ ବିଭାଜିକା ମିଶନର ପୂର୍ବତନ ପିଡି ଦୟାନିଧି ବାଗ ଗିରଫ। ତାଙ୍କ ଘରେ ଗତକାଲି ଭିଜିଲାନ୍ସ ରେଡ୍ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧି ବାଗ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତାଙ୍କୁ ଆଜି ଗିରଫ କରାଯାଇଛି। ଆଜି ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।

ବର୍ତ୍ତମାନ ସେ ଓଡିଶାର ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ତେବେ ଗତକାଲି ଦୟାନିଧିଙ୍କର ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢାଉ କରାଯାଇଥିଲା। ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିଲା।

ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ ବେଳେ ୨ଟି କୋଠା, ଗୋଟିଏ ଥ୍ରୀ ବିଏଚ୍‌କେ ଫ୍ଲାଟ୍, ନବରଙ୍ଗପୁରର ବିଜରାଗୁଡ଼ାରେ ପ୍ରାୟ ୧ କୋଟି ଟଙ୍କା ନିବେଶ ସହିତ ଡ୍ରିପ୍ ଇରିଗେସନ ସୁବିଧା ସହିତ ୪୦ ଏକର ଜମିରେ ଗୋଟିଏ ଫାର୍ମ ହାଉସ, ନବରଙ୍ଗପୁର ଫଟାକୋଟରେ ପ୍ରାୟ ୩୪ ଲକ୍ଷ ଟଙ୍କା ନିବେଶରେ ଡ୍ରିପ୍ ଜଳସେଚନ ସୁବିଧା ଥିବା ୬ ଏକର ଜମିରେ ଆଉ ଏକ ଫାର୍ମ ହାଉସ, ୩୧୨ ଗ୍ରାମ୍ ସୁନା, ୫୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଦାମୀ କାର୍ ଠାବ ହୋଇଥିଲା।

Leave A Reply

Your email address will not be published.