ପ୍ରମୁଖ ଖବର

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ
ପୁଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ
କଲେଜ ଉପରେ ଖସିପଡ଼ିଲା ବିମାନ: ୧ ମୃତ, ଏକାଧିକ ଆହତ
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ଖୋଲାରେ ପେଟ୍ରୋଲ ନଦେବାକୁ ସଂଘର ନିଷ୍ପତ୍ତି : ସରକାର ଡାକିଲେ ବୈଠକ
ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ
ପୂଜାରୀଙ୍କ ବିରୋଧରେ ଅଭିଯୋଗ
ଟଙ୍କା ନଦେଲେ ଜଳାଭିଷେକ କରିପାରିବନି ଭକ୍ତ
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

0

ତେଲଙ୍ଗାନା: ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଔଷଧ କାରଖାନାରେ ଗତକାଲି ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି। ଜିଲା ପୋଲିସ ଅଧୀକ୍ଷକ କହିଛନ୍ତି, ‘ଭଗ୍ନାଂଶ ହଟାଇବା ସମୟରେ, ଏହା ତଳେ ଅନେକ ମୃତଦେହ ଉଦ୍ଧାର କରାଯାଇଛି। ଭଗ୍ନାଂଶରୁ ୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେତେବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ଫାକ୍ଟ୍ରିରେ ପ୍ରାୟ ୧୫୦ରୁ ଉର୍ଦ୍ଧ କର୍ମଚାରୀ ଥିଲେ।

ସୂଚନାଯୋଗ୍ୟ, ଜୁନ ୩୦ ସୋମବାର ସକାଳ ୮ଟା ୧୫ରୁ ୯ଟା ୩୫ ମଧ୍ୟରେ କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଆଖପାଖରେ ଧୂଆଁମୟ ହୋଇଯାଇଥିଲା ପୂରା ପରିବେଶ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଶରୀର ୧୦୦ ମିଟର ଦୁରକୁ ଉଡି ଯାଇଥିଲା। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣାରେ ପୋଲିସ ତଦନ୍ତ କରୁଛି।

ତେଲେଙ୍ଗାନାର ରାଜସ୍ୱ ବିଭାଗ କହିଛି ଯେ, ମୃତକଙ୍କ ମଧ୍ୟରୁ ଅନେକ ଓଡିଶା, ପଶ୍ଚିମବଙ୍ଗ ଓ ବିହାର ରାହ୍ୟର ବାସିନ୍ଦା ଅଟନ୍ତି । କେବଳ ୯ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବାକିମାନଙ୍କର ଡିଏନଏ ଟେଷ୍ଟ ଦ୍ୱାରା ଚିହ୍ନଟ କରାଯିବ। ତେଲେଙ୍ଗାନା ସରକାର ଏହାର ତଦନ୍ତ କରିବା ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଅନ୍ୟାନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

Leave A Reply

Your email address will not be published.