ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ; ୫ ଗିରଫ

0

ଭୁବନେଶ୍ବର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ। ମୈତ୍ରୀବିହାର ଥାନା ଅଞ୍ଚଳରେ କାରବାର ବେଳେ ଧରିଛି ପୋଲିସ। ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ତିନୋଟି ବାଇକ୍‌ ଓ ୩ ହଜାର ଟଙ୍କା ଜବତ କରିଛି ପୋଲିସ।

ପୋଲିସ ଅତର୍କିତ ଚଢ଼ଉ କରି ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ପୋଲିସ ଅତର୍କିତ ଚଢ଼ଉ କରି ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ର ଏବଂ ଶିବାନନ୍ଦ ସହ ଗିରଫ ସମ୍ପଦ କୁମାର ଦାସ, ମଲ୍ଲିକ ସଇଦ ଅଲ୍ଲୀ, ସଦାଶିବ ଜଗଦେବ।
୫ ଅଭିଯୁକ୍ତଙ୍କ ଭିତରୁ ଜଣେ ହେଉଛି ରାଜେନ୍ଦ୍ର ମହାପାତ୍ର ,ତାଙ୍କର ନାଁରେ ୨ ଟି ମାମଲା ରହିଛି। ଶିବାନନ୍ଦ ନାଁରେ ମଧ୍ୟ ଜଟଣୀ ଥାନା ଅଧୀନରେ ରହିଛି ଅପରାଧିକ ମାମଲା ରୁଜୁ ହୋଇଛି। ମୈତ୍ରୀବିହାର ସାଲିଆ ସାହି ନିକଟରେ ଧଳା ଜହର କାରବାର ପାଇଁ ଏମାନେ ଲୁଚି ଥିବାବେଳେ ପୋଲିସ ସେମାନଙ୍କୁ ମାଡ଼ି ବସିଥିଲା।

Leave A Reply

Your email address will not be published.