ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପଶିଲେ ୪ ଯୁବକ

0

ପୁରୀ: ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରରେ ପଶିଲେ ୪ ଜଣ ଯୁବକ। ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଉପରେ ଚଢି ଭିତରକୁ ଗଲେ ଏହି ଯୁବକ ମାନେ। ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ନିଯୁକ୍ତ ହେବା ସତ୍ତ୍ବେ ସବୁ ସୁରକ୍ଷାକୁ ଭେଦ କରି କିପରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଚାଲିଗଲେ ଚାରି ଜଣ ଯୁବକ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଣି ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ ।

ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ଜଗିଥିବା ବେଳେ ନିଳାଦ୍ରୀ ବିଜେ ଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଠାରେ ଗଦା ହୋଇଥିବା ଅଳିଆ ଗଦା ଉପରେ ଚଢି ମେଘନାଦ ପାଚେରୀ ଉପରେ ଚଢି ଏହି ଯୁବକ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଯାହାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ୪ ଜଣ ଯୁବକ କେଉଁ ଉଦ୍ଦେଶ୍ୟ ନେଇ ଚଢି ଭିତରକୁ ଗଲେ ଏବଂ ସୁରକ୍ଷାକର୍ମୀ ଏନେଇ ଅବଗତ ଥିଲେ ନା ସୁରକ୍ଷାରେ ଅବହେଳା ହୋଇଛି ତାହାର ତଦନ୍ତ ହେଉବୋଲି ସାଧାରଣରେ ଦାବି ହୋଇଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବୀ।

ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ପରେ ସାମ୍ନାକୁ ଆସିଲା ପୁରୀ ଏସପିଙ୍କ ପ୍ରତିକ୍ରିୟା। ମେଘନାଦ ପାଚେରି କଡ଼ରେ କିଏ ମାଟି ପକାଇଥିଲା ତାହାର ତଦନ୍ତ ହେବ। ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ପିନାକ ମିଶ୍ର।

Leave A Reply

Your email address will not be published.