ପ୍ରମୁଖ ଖବର

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୁଦାନରେ ଭୂସ୍ଖଳନ ; ମାଟିରେ ମିଶିଗଲା ପୂରା ଗାଁ, ୧୦୦୦ ଲୋକଙ୍କ ମୃତ୍ୟୁ
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଆର୍‌ଏସ୍‌ରୁ କେ.କବିତା ସସ୍‌ପେଣ୍ଡ
୪ କୋଟି ଟଙ୍କା ହେରଫେର୍‌ ମାମଲାରେ ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ
ଚୋରି ହୋଇଥିବା ୯୦୦ ଗ୍ରାମ ସୁନା ସହ ୨ କେଜି ରୂପା ଜବତ, ୪ ଗିରଫ
ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା: ପୁରୁଷ ବନ୍ଧୁ ଗିରଫ
ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

0

ଭୁବନେଶ୍ବର: ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆ ସମାବେଶରେ ଯୋଗଦେଇଛନ୍ତି। ସେଠାରେ ସମ୍ବିଧାନ ବଞ୍ଚାଅ ମହାସମାବେଶକୁ ସମ୍ବୋଧନ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଏହା ସହିତ କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି।

ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରି ରାହୁଲ କହିଛନ୍ତି ଆପଣଙ୍କ ସରକାର ଗରିବଙ୍କୁ ଲୁଟୁଛନ୍ତି। ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ଥିଲା,ଏବଂ ରହିବ। ଆଦିବାସୀଙ୍କ ଅଧିକାରକୁ କେହିବି ଛଡାଇ ନେଇପାରିବେନି। ନିର୍ଯାତିତ ଲୋକଙ୍କ ପାଖରେ କଂଗ୍ରେସ ଠିଆ ହୋଇ ରହିବ।

ରଥଯାତ୍ରା ଅଘଟଣକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଥିବା ବେଳେ ଅଦାନୀଙ୍କ ପାଇଁ ରଥକୁ ଅଟକା ଯାଇଥିବା ଅଭିଯୋଗ କରିଛନ୍ତି ରାହୁଲ। ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ଏହା ସହିତ ଓଡ଼ିଶାରେ ୪୦ହଜାର ମହିଳା ଗାଏବ ହୋଇଛନ୍ତି। ସେମାନଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ରାହୁଲ କହିଛନ୍ତି। ମହିଳାଙ୍କୁ ଦୁଷ୍କର୍ମ ହେଉଛି, ହେଲେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।

Leave A Reply

Your email address will not be published.