ପ୍ରମୁଖ ଖବର

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୁଦାନରେ ଭୂସ୍ଖଳନ ; ମାଟିରେ ମିଶିଗଲା ପୂରା ଗାଁ, ୧୦୦୦ ଲୋକଙ୍କ ମୃତ୍ୟୁ
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଆର୍‌ଏସ୍‌ରୁ କେ.କବିତା ସସ୍‌ପେଣ୍ଡ
୪ କୋଟି ଟଙ୍କା ହେରଫେର୍‌ ମାମଲାରେ ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ
ଚୋରି ହୋଇଥିବା ୯୦୦ ଗ୍ରାମ ସୁନା ସହ ୨ କେଜି ରୂପା ଜବତ, ୪ ଗିରଫ
ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା: ପୁରୁଷ ବନ୍ଧୁ ଗିରଫ
ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

0

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଥାନା ଗଜବନ୍ଧ ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ମୃତକ ହେଲେ ବଲ୍ଲଭ ଖେତି। ମୃତକ ବଲ୍ଲଭ ଖେତି ଗଜବନ୍ଧର ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନର ସରପଞ୍ଚ ବାସନ୍ତୀ ଖେତିଙ୍କ ସ୍ୱାମୀ ଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ବଲ୍ଲଭ ଘରକୁ ଫେରୁଥିବାବେଳେ ପଣ୍ଡରାପାଲି ଗ୍ରାମ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଗାଁ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଡୁଙ୍ଗୁରିପାଲିର ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)କୁ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ବିଷୟରେ ସୂଚନା ପାଇବା ପରେ, ରାମପୁର ଥାନା ପୋଲିସ ଟିମ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଇତିମଧ୍ୟରେ, ପୋଲିସ ପଚରାଉଚରା ପାଇଁ ଦୁଇ ଜଣଙ୍କୁ ଅଟକ ରଖିଛି ଏବଂ ହତ୍ୟାକାଣ୍ଡ ସହିତ ଜଡିତ ଅନ୍ୟ ଦୁଇ ସନ୍ଦିଗ୍ଧଙ୍କୁ ଖୋଜୁଛି। ହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ, ପୂର୍ବ ଶତ୍ରୁତାରୁ ଏହା ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.